ETV Bharat / city

ପାଣି ବିନା ଜମିରେ ଜଳିଯାଉଛି ଧାନଗଛ - ପାଣି ବିନା ଜଳିଯାଉଛି ଧାନଗଛ

ରାଜ୍ୟରେ କୃଷି ଓ କୃଷକଙ୍କ ବିକଳ ଚିତ୍ର । ପାଣି ବିନା ଚାଷୀ ମୁଣ୍ଡରେ ପଡିଲାଣି ଚଡ଼କ। ଆଖିସାମ୍ନାରେ ଜଳିଯାଉଛି ଏକର ଏକର ଜମିରେ ଧାନଗଛ। ପାଣିର ଘୋର ଅଭାବରୁ ଚାଷୀ ହତାସ। ଅଧିକ ଖବର ପଢନ୍ତୁ...

ପାଣି ବିନା ବିଲରେ ଜଳିଯାଉଛି ଧାନଗଛ
ପାଣି ବିନା ବିଲରେ ଜଳିଯାଉଛି ଧାନଗଛ
author img

By

Published : Jul 26, 2020, 9:55 PM IST

ପୁରୀ: ରାଜ୍ୟରେ କୃଷି ଓ କୃଷକଙ୍କ ବିକଳ ଚିତ୍ର । ପାଣି ବିନା ଚାଷୀ ମୁଣ୍ଡରେ ପଡିଲାଣି ଚଡ଼କ। ଆଖିସାମ୍ନାରେ ଜଳିଯାଉଛି ଏକର ଏକର ଜମିରେ ଧାନଗଛ। ପାଣିର ଘୋର ଅଭାବରୁ ଚାଷୀ ହତାସ। ପୁରୀ ଜିଲ୍ଲା ନିମାପଡା ବ୍ଲକରୁ ଆସିଛି ଏଭଳି ଚିତ୍ର। ଧନୁଆଁ ପଞ୍ଚାୟତର ଶହ ଶହ ଚାଷୀ ମୁଣ୍ଡରେ ଦେଲେଣି ହାତ। ଲକଡାଉନରେ କେମିତି ସଳଖିବେ ଅଣ୍ଟା? କେମିତି ସଜାଡିବେ ଚଳିତ ବର୍ଷର ଚାଷ ? ଯାହାର ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଚାଷୀଙ୍କ ଏଭଳି ଦୁର୍ଦ୍ଦଶା କୁ କଏଦ କରିଛି ଇଟିଭି ଭାରତ।

ପାଣି ବିନା ଧାନ ବିଲରେ ଫାଟ। ଆଁ କରି ଆକାଶକୁ ଅନେଇଛି ବସୁଧା। କାରଣ ନା ବର୍ଷା ହେଉଛି ନା ବିଲରେ ଅଛି ବର୍ଷାଜଳ। ପାଣି ବିନା ଧାନବିଲ ଶୁଖି ଆଁ ମେଲା କରିଛି। ଯେଉଁ ସମୟରେ ଧାନ ବେଉଷଣ ସରିବା କଥା କିନ୍ତୁ ତାହା ଏବେ ଓଲଟା। ପାଣିବିନା ଜଳିଜାଉଛି ଏକର ଏକର ଚାଷ ଜମିର ଧାନ ଗଛ।

ପାଣି ବିନା ବିଲରେ ଜଳିଯାଉଛି ଧାନଗଛ

ଏପଟେ କେନାଲ ପାଣି ଭରଷାରେ ଧୋକା ଖାଇଛନ୍ତି ନୀରିହ ଚାଷୀ। କେନାଲ ପଡିଛି ମେଲା, ଅନାବନା ଗଛରେ ଭର୍ତ୍ତି ଯୋଗୁଁ ନା ଆସୁଛି ପାଣି ନା ଦୂର ହେଉଛି ଚାଷୀଙ୍କ ସମସ୍ୟା। ଫଳରେ ବୁଣା ଧାନ ଭରଷା ଛାଡି ତଳି ରୁଇଁବା ଆଶା ବି ମଉଳିଛି। କାରଣ ତଳି ବିଲରେ ବି ସମାନ ଅବସ୍ଥା । ପାଣିବିନା ତଳି ଜଳିବାକୁ ଆରମ୍ଭ କଲାଣି। କେଉଁଠି କାଁ ଭାଁ ତଳି ବଞ୍ଚାଇବାକୁ ପୋଖରୀ ଦେଖି ପାଣି କଳରେ ତେଲ ପୋଡି ଏକ କିଲୋମିଟର ପର୍ଯ୍ୟନ୍ତ ତଳି ବିଲକୁ ବୁହାଉଛନ୍ତି ପାଣି।

ହେଲେ ଏହି ସମସ୍ୟାର ସମାଧାନ ପାଇଁ ଦେଖା ଦେଉନାହାଁନ୍ତି ସ୍ଥାନୀୟ ଇରିଗେସନ ବିଭାଗର ବଳଙ୍ଗା ଏସଡିଓ ବ୍ଲକର ଉପରିସ୍ଥ ଅଧିକାରୀ ଓ ସ୍ଥାନୀୟ ବିଧାୟକ। କେନାଲ ମରାମତି ହୋଇପାରିଲେ ପାଣିମୁନ୍ଦାଏ ଆସିପାରିବ ବୋଲି ଧନୁଆ ପଞ୍ଚାୟତର ଶହଶହ ଚାଷୀ ଆଶା ରଖିଛନ୍ତି ।

ପୁରୀରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.