ETV Bharat / city

ଆଜି ପବିତ୍ର ଅକ୍ଷୟ ତୃତୀୟା, ବାଲୁକା ଚିତ୍ରକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା - ବାଲୁକା ଚିତ୍ରକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିନରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ବାଲୁକା ଚିତ୍ରକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା
ବାଲୁକା ଚିତ୍ରକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା
author img

By

Published : May 3, 2022, 9:52 AM IST

Updated : May 3, 2022, 10:08 AM IST

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଟି ପ୍ରତିଟି ଓଡିଆ ପାଇଁ ଗୁରୁତ୍ବ ବହନ କରେ । ଏହି ପବିତ୍ର ଦିନରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୂକୁଳ ହୋଇଥାଏ । ଚଳିତ ବର୍ଷର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ବାଲୁକା ଚିତ୍ରକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଏହି ପବିତ୍ର ଦିବସର ଶୁଭେଚ୍ଛା ଦେଇଛନ୍ତି । ପୁରୀ ବେଳାଭୂମିରେ ନିର୍ମିତ ଏହି ବାଲୁକା ଚିତ୍ରକଳାରେ ରଥ ନିର୍ମାଣ ଅନୁକୂଳ ଭଳି ତିନିଟି କାଠକୁ ବାଲୁକା ଚିତ୍ରରେ ସ୍ଥାନ ଦିଆଯାଇଛି ।

ଏହା ବି ପଢନ୍ତୁ...ଆଜି ପବିତ୍ର ଅକ୍ଷୟ ତୃତୀୟା, ଶୁଭ ଅନୂକୁଳର ମହାପର୍ବ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି । ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କଲେ ତାହା ସୁରୁଖୁରୁରେ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହି ଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 3, 2022, 10:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.