ଖୋର୍ଦ୍ଧା: ଆରମ୍ଭ ହୋଇଯାଇଛି ଧର୍ମ ମାସ କାର୍ତ୍ତିକ । ହବିଷ୍ୟାଳୀମାନେ ସାଧାରଣତଃ ଏହି ମାସରେ ପୁରୀ ଯାଇ ହବିଷ୍ୟାନ୍ନ ଭୋଜନ କରି ରାଧା ଦାମୋଦରଙ୍କୁ ଉପାସନା କରିଥାନ୍ତି । ହେଲେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ବ୍ରତଧାରୀମାନଙ୍କୁ ପୁରୀ ମନା ହୋଇଛି । ଫଳରେ ଗାଁ ମନ୍ଦିରରେ ଜମୁଛି ହବିଷ୍ୟାଳୀଙ୍କ ଭିଡ ।
ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମରେ କାର୍ତ୍ତିକ ବ୍ରତଧାରୀ ମାନେ ନିଜ ଗ୍ରାମରେ ଥିବା ମନ୍ଦିର ମାନଙ୍କରେ ଏହି ବ୍ରତ କରି ହବିଷ ପାଳନ କରୁଥିବା ଦେଖାଦେଇଛି । ଗୋଟେ ପଟେ ଶ୍ରୀମନ୍ଦିର ଖୋଲିବା ନେଇ ଲାଗି ରହିଥିବାବେଳେ ନିଜ ନିଜ ସ୍ଥାନରେ ରହି ପାଖ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ଲୋକେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ