ବ୍ରହ୍ମଗିରି: ଆଜି କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନ ବା ବଡ ଏକାଦଶୀ । ଏନେଇ ପୁରୀ ବ୍ରହ୍ମଗିରି ଅଲାରନାଥଙ୍କ ମନ୍ଦିରରେ ହବିଷ୍ୟାଳି ଓ ଭକ୍ତଙ୍କ ଭିଡ ଜମିଛି । ଏଥି ସହ ଆଜି କାର୍ତ୍ତିକ ମାସର ଶେଷ ସୋମବାର ମଧ୍ୟ । ଭୋର ସମୟରେ ଦ୍ବାର ଫିଟାଯାଇ ଅଲାରନାଥଙ୍କ ନୀତି କାନ୍ତି ପରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥିଲା ।
ଅନ୍ୟପଟେ ଆଜି ବଡ ଏକାଦଶୀ ହେତୁ ମଧ୍ୟାହ୍ନ ଧୂପ ପରେ ଚଳନ୍ତି ପ୍ରତିମାଙ୍କୁ ବାହୁ ବିଜେ କରାଇ ବେଢା ପରିକ୍ରମା କରାଯିବ। ଆଜି ପୁରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ବନ୍ଦ ଥିବାରୁ ଅଲାରନାଥଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ