ETV Bharat / city

ଚଉଡା ହେବ ବଡଦାଣ୍ଡ, ବିଭିନ୍ନ ମହଲରେ ବିରୋଧ - ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ

ଆଉ ପାଦେ ଆଗେଇବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ (Shri Mandir Heritage Corridor Project) । ପୁରୀ ବଡଦାଣ୍ଡର ହେବ ପ୍ରଶସ୍ତୀକରଣ । ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନରେ ଥଇଥାନ କରାଯିବ । ଅଧିକ ପଢ଼ନ୍ତୁ

govt panning for road wide of puri badadanda
ଚଉଡା ହେବ ବଡଦାଣ୍ଡ, ବିଭିନ୍ନ ମହଲରେ ବିରୋଧ
author img

By

Published : Sep 9, 2022, 7:57 AM IST

Updated : Sep 9, 2022, 1:35 PM IST

ପୁରୀ: ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡ (Puri Badadanda) ପଥ ସମ୍ପ୍ରସାରଣ ହେବ । ଉଭୟ ପାର୍ଶ୍ବରୁ 20 ଫୁଟ ଚଉଡ଼ା ହେବ । ଏଥିସହ ରାସ୍ତାର ଉଭୟ ପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନରେ ଥାଇଥାନ କରାଯିବ । ଟ୍ରାଫିକ ମୁକ୍ତ ହେବ ବଡଦାଣ୍ଡ । ଫଳରେ ଭକ୍ତମାନେ ସୁବିଧାରେ ଯାତାୟତ କରି ପାରିବେ । ଏହି ପ୍ରକଳ୍ପ କାର୍ଯ୍ୟ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି । ସବୁ ପକ୍ଷଙ୍କ ସହ ଆଲୋଚନା ହୋଇ ବଡଦାଣ୍ଡ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।

ଚଉଡା ହେବ ବଡଦାଣ୍ଡ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ବଡଦାଣ୍ଡର ଉନ୍ନତି କରଣ ହେବ । ବଡଦାଣ୍ଡର ସମ୍ପ୍ରସାରଣ ହେଲେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ । ଏହା ପୂର୍ବରୁ ଅନେକ ଦୋକାନୀ ଉଚ୍ଛେଦ ହୋଇଥିଲେ । ପୁଣି ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଉଠାଗଲେ ଜୀବନ ଜୀବିକା କିଭଳି ଚାଲିବ ସେନେଇ ଚିନ୍ତାରେ । ପ୍ରଶାସନ ଉଠା ଦୋକାନୀଙ୍କ ଥାଇଥାନ ବ୍ୟବସ୍ଥା କରି ପ୍ରକଳ୍ପ ଆରମ୍ଭ କରୁ ବୋଲି କୁହାଯାଇଛି । ସେପଟେ ପୁରୀ ସହରର ଜନସାଧାରଣ ବଡଦାଣ୍ଡର ଉଭୟ ପଟରେ 20 ଫୁଟ ଚଉଡ଼ାକୁ ନେଇ ବିରୋଧ କରିଛନ୍ତି ।

ସେମାନେ କହିଛନ୍ତି, "ବଡଦାଣ୍ଡର ସମ୍ପ୍ରସାରଣ ଦରକାର ନାହିଁ । ତିନି ରଥ ଯିବା ପାଇଁ ଯଥେଷ୍ଟ ସ୍ଥାନ ଅଛି । ରାସ୍ତା ପ୍ରଶସ୍ଥ ହେଲେ ପୁଣି ଅନେକ ମଠ, ମନ୍ଦିର, ଐତିହ୍ୟ କୋଠା ଉଚ୍ଛେଦ ହେବ । ଏହା ଦ୍ଵାରା ବଡ଼ଦାଣ୍ଡର ଐତିହ୍ୟ କୀର୍ତ୍ତିରାଜି ଲୋପ ପାଇଯିବ । ଅନେକ ଲୋକ ବ୍ୟବସାୟ ହରାଇ ରୋଜଗାର ହରାଇବେ ।" ପୁରୀକୁ ହେରିଟେଜ ସହର ପ୍ରକଳ୍ପ ନାଁରେ ଯେଭଳି ପୁରୀ ବାସିନ୍ଦାଙ୍କୁ ସରକାର ବିସ୍ଥାପିତ କରୁଛନ୍ତି ଆଗାମୀ ଦିନରେ ଏହା ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଲୋକେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବ୍ଲାକ୍‌ ପାଗୋଡ଼ା ପ୍ରତି ବିପଦ, କୋଣାର୍କ ଗର୍ଭଗୃହରୁ ବାଲି ବାହାର କରିବ ASI

ଅନ୍ୟପଟେ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ଐତିହ୍ୟ ରାସ୍ତା ଲୋକନାଥ ରୋଡ, କାକୁଡ଼ି ଖାଇ ଛକରୁ ସ୍ୱର୍ଗଦ୍ଵାର ବାଲି ସାହି ରୋଡକୁ ସମ୍ପ୍ରସାରଣ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢି ତୋଳିବାକୁ ସରକାର ସବୁ ପଦକ୍ଷେପ ନେଉଥିବା ବେଳ ସବୁ ପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Sep 9, 2022, 1:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.