ପୁରୀ : ଆଜି ପବିତ୍ର ଗଣେଷ ଚତୁର୍ଥୀ । ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଗାଁରୁ ସହର । ଏହି ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିରେ ବାଲୁକା କଳାରେ ପ୍ରଭୁ ଗଜାନନଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ ।
ଏହି ବାଲୁକାକଳାରେ 7 ହଜାରରୁ ଅଧିକ କଉଡ଼ି , ଶଙ୍ଖ ଆଦି ବ୍ୟବହାର ହୋଇଛି । କୋଭିଡ ମହାମାରୀରେ ସାରା ବିଶ୍ବବାସୀଙ୍କୁ ପ୍ରଭୁ ଗଜାନନ ରକ୍ଷା କରିବା ସହ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଏହି ବାଲୁକା କଳା ମାଧ୍ୟମରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ