ETV Bharat / city

ପୁରୀକୁ ସ୍ବଚ୍ଛ ସହରରେ ପରିଣତ କରିବାକୁ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଆହ୍ବାନ - Shankaracharya

ଶ୍ରୀକ୍ଷେତ୍ରକୁ ସ୍ବଚ୍ଛ ସହରରେ ପରିଣତ କରିବାକୁ ପ୍ରଶାସନ ଚଳାଇଥିବା ପ୍ରୟାସରେ ପୁରୀବାସୀ ସହଯୋଗ କରନ୍ତୁ ଏବଂ ପୁରୀକୁ ଏକ ସ୍ବଚ୍ଛ ସହରରେ ପରିଣତ କରନ୍ତୁ ବୋଲି ଆହ୍ବାନ ଦେଲେ ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟ । ଅଧିକ ପଢନ୍ତୁ...

ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଆହ୍ବାନ
ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଆହ୍ବାନ
author img

By

Published : Nov 13, 2020, 8:04 AM IST

ପୁରୀ: ବିଶ୍ବ ପର୍ଯ୍ୟଟନ ସହର ତଥା ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର ହେବ ସ୍ବଚ୍ଛ ନିର୍ମଳ ସହର । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସଫେଇ ଅଭିଯାନ । ‘ମୋ ଧାମ ମୋ ଗର୍ବ’ ନାମରେ ଏହି ସଫେଇ ଅଭିଯାନକୁ ଆରମ୍ଭ କରାଯାଇ ଲୋକଙ୍କ ସହଯୋଗ କାମନା କରାଯାଇଛି ।

ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଆହ୍ବାନ

ପୁରୀ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ସମର୍ଥନ କରିଛନ୍ତି ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଗଜପତି ମହାରାଜ ଦିବ୍ୟ ସିଂହ ଦେବ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ସ୍ବଚ୍ଛ ସହର ଭାବେ ପରିଣତ କରିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ।

ସେହିପରି ଏହି ପ୍ରଶାସନର ଏହି ଉଦ୍ୟମକୁ ସଫଳ କରିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରି ପୁରୀକୁ ଏକ ଆଦର୍ଶ ସହରରେ ପରିଣତ କରିବା ପାଇଁ ଉଦ୍ୟମ କରିବାକୁ ସେ କହିଛନ୍ତି ।

ସୂଚନାଥାଉକି, ନଭେମ୍ବର 2ରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଏହି ଅଭିଯାନ ଚାଲିଥିବାବେଳେ ଏବେ ସମସ୍ତ ପୁରୀବାସୀ ଏହି ଉଦ୍ୟମକୁ ସଫଳ କରିବାକୁ ଆହ୍ବାନ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.