ETV Bharat / city

ସୋସିଆଲ ମିଡିଆରେ ମହାପ୍ରଭୁଙ୍କୁ ଜ୍ବର ଘଟଣା: ସିଂହଦ୍ବାର ଥାନାରେ ମାମଲା ରୁଜୁ - case file in puri police station

ମହାପ୍ରଭୁଙ୍କ ଅଣସର ନୀତିକୁ କ୍ବାରେଣ୍ଟାଇନ ରୂପେ ଦର୍ଶାଇ ଏକ ପ୍ରିଣ୍ଟ ମିଡିଆର ଖବର ପ୍ରକାଶନକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଘଟଣାରେ ଉକ୍ତ ପ୍ରିଣ୍ଟ ମିଡିଆ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପିୟୁସ ତ୍ରିପାଠୀ ନାମକ ଜଣେ କଳାକାର ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଅଧିକ ପଢନ୍ତୁ...

ସୋସିଆଲ ମିଡିଆ ମହାପ୍ରଭୁଙ୍କୁ ଜ୍ବର ଘଟଣା, ସିଂହଦ୍ବାରରେ ରୁଜୁ ହେଲା ମାମଲା

author img

By

Published : Jun 9, 2020, 4:32 PM IST

ପୁରୀ: ମହାପ୍ରଭୁଙ୍କ ଅଣସର ନୀତିକୁ କ୍ବାରେଣ୍ଟାଇନ ରୂପେ ଦର୍ଶାଇ ଏକ ପ୍ରିଣ୍ଟ ମିଡିଆର ଖବର ପ୍ରକାଶନକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଘଟଣାରେ ଉକ୍ତ ପ୍ରିଣ୍ଟ ମିଡିଆ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପିୟୁସ ତ୍ରିପାଠୀ ନାମକ ଜଣେ କଳାକାର ପୁରୀ ସିଂହ ଦ୍ୱାର ଥାନାରେ ଏତଲା ଦେଇଛନ୍ତି ।

ସୋସିଆଲ ମିଡିଆ ମହାପ୍ରଭୁଙ୍କୁ ଜ୍ବର ଘଟଣା

ତୁରନ୍ତ ଉକ୍ତ ପ୍ରିଣ୍ଟ ମିଡିଆ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ରହି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଏକ ହିନ୍ଦୀ ପ୍ରିଣ୍ଟ ମିଡିଆ ଏହି ବିବାଦୀୟ ଖବର ପ୍ରକାଶ କରିଛି । ମହାପ୍ରଭୁଙ୍କ ଅଣସର ସେବାକୁ ଉକ୍ତ ମିଡିଆ କ୍ବାରେଣ୍ଟାଟାଇନ ବୋଲି ଉଲ୍ଲେଖ କରିଛି। ଯାହାକି ମହାପ୍ରଭୁଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ ବୋଲି ଅଭିଯୋଗକାରୀ କହିଛନ୍ତି । ସେହିପରି ସୋସିଆଲ ମିଡିଆରେ କିଛିଦିନ ହେବ ମହାପ୍ରଭୁଙ୍କ ଅଣସର ସେବାକୁ ଅତି ବ୍ୟଙ୍ଗତ୍ମକ ଭାବରେ କାର୍ଟୁନ କରି ଛଡାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆ ମହାପ୍ରଭୁଙ୍କୁ ଜ୍ବର ଘଟଣା, ସିଂହଦ୍ବାରରେ ରୁଜୁ ହେଲା ମାମଲା
ସୋସିଆଲ ମିଡିଆ ମହାପ୍ରଭୁଙ୍କୁ ଜ୍ବର ଘଟଣା, ସିଂହଦ୍ବାରରେ ରୁଜୁ ହେଲା ମାମଲା

ଯେଉଁଥିରେ କି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଏକ ଖଟରେ ଘୋଡେଇ ଶୋଇ ରହିଛନ୍ତି । ତାଙ୍କ ମୁହଁରେ ଜ୍ୱର ମାପିବା ଯନ୍ତ୍ର ରହିଛି । ଯାହାକି ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଅତ୍ୟନ୍ତ ଅପମାନ ବୋଲି ଥାନାରେ ଅଭିଯୋଗ କରାଯାଇଛି। ତୁରନ୍ତ ଉକ୍ତ ବ୍ୟକ୍ତିଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ।ସେହିପରି ସେବାୟତ ମହଲରେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ଅପମାନ ଟିପ୍ପଣୀ ଓ କାର୍ଟୁନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.