ETV Bharat / city

ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ ନେଇ 10 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ - ରଥଯାତ୍ରା ନିୟମ ଉଲ୍ଲଂଘନ ପାଇଁ 10 fir

ରଥଯାତ୍ରାରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ 10 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ । ଅଧିକ ପଢ଼ନ୍ତୁ...

ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ 10 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

author img

By

Published : Jul 15, 2021, 8:53 PM IST

ପୁରୀ: ରଥଯାତ୍ରାରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ 10 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ । ରଥଯାତ୍ରା ପାଇଁ ଜାରି ହୋଇଥିବା କର୍ଫ୍ୟୁୁ ନିୟମ ଉଲ୍ଲଙ୍ଘନ କରି ବଡ଼ଦାଣ୍ଡ ପାଖରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବାକୁ ନେଇ ପୁରୀ ପୋଲିସ ପକ୍ଷରୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ 10 ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ପୋଲିସ ପଦକ୍ଷେପ ନେଇଛି । ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ 10 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ 10 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ମାମଲା ରୁଜୁ ହୋଇଥିବା 10 ଜଣ ଅଭିଯୁକ୍ତ ହରିୟାଣାର ଗୋବିନ୍ଦ କୃଷ୍ଣ ଦାସ, ଅତୁଲ କ୍ରିସ୍ନା, ପୁରୀର ସୋମ ନାଥ ସାହୁ, ରଞ୍ଜନ କୁମାର ପାତ୍ର, ସୁବ୍ରତ ପଣ୍ଡା, ଭବାନୀ ଜେନା, ମନୋରଞ୍ଜନ ମିଶ୍ର, ରାଜ ଦୀପ ହରିଚନ୍ଦନ, ରଘୁନାଥ ସରାଫ, ଓ ବିଶ୍ୱନାଥ ସାହୁ ବୋଲି ଜଣା ପଡ଼ିଛି । ଏହି ବ୍ୟକ୍ତିମାନଙ୍କ ବିରୋଧରେ କର୍ଫ୍ୟୁ ଉଲ୍ଲଙ୍ଘନ ନେଇ ପ୍ରମାଣ ମିଳିବା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସେହିପରି ଅନ୍ୟ କିଛି ଲୋକଙ୍କ ବିରୋଧରେ ଅଭିଯୋଗ ଆସିଛି। ତେବେ ଉପଯୁକ୍ତ ପ୍ରମାଣ ମିଳିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଏହି ଵ୍ୟକ୍ତିଙ୍କୁ କେଉଁମାନେ ସହଯୋଗ କରିଥିଲେ ଓ ସେମାନଙ୍କୁ କିଭଳି ପାସ ମିଳିଲା, ସେନେଇ ତଦନ୍ତ କରାଯିବ । ଦୋଷୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ପୋଲିସ କହିଛି ।

ରଥଯାତ୍ରା ସମୟରେ କେବଳ ସେବାୟତ ଓ ସୁରକ୍ଷାକର୍ମୀ ରଥ ପାଖରେ ଉପସ୍ଥିତ ରହିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ମଧ୍ୟ ସତର୍କ କରାଯାଇଥିଲା। ଏହାସହ ରଥଯାତ୍ରା ସମୟରେ ପାଖରେ ଥିବା କୌଣସି ଘର ଛାତରେ କେହି ରଥଯାତ୍ରା ଦେଖି ପାରିବେ ନାହିଁ ବୋଲି ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ତେବେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ବେଳେ ବହୁ ଲୋକେ ଏହି ନିୟମକୁ ମାନିନଥିବା ଦେଖା ଦେଇଥିଲା । ଯାହାକୁ ନେଇ ପୋଲିସ ବର୍ତ୍ତମାନ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.