ETV Bharat / city

ପୁରୀ ଅବକାରୀ ନିରୀକ୍ଷକଙ୍କ ବିବାଦୀୟ ମନ୍ତବ୍ୟ, ଭିଡ଼ିଓ ଜାରି କରି କଲେ କ୍ଷମା ପ୍ରାର୍ଥନା

author img

By

Published : Jun 7, 2022, 3:16 PM IST

Updated : Jun 7, 2022, 3:28 PM IST

ପୁରୀ ପୋଲିସ ସୁରକ୍ଷାକୁ ନେଇ ଅବକାରୀ ନିରୀକ୍ଷକ ସଞ୍ଜୟ ପଣ୍ଡାଙ୍କ ବିବାଦୀୟ ମନ୍ତବ୍ୟ । ଭିଡ଼ିଓ ଜାରି କରି ନିଜ ମନ୍ତବ୍ୟ ପାଇଁ କଲେ କ୍ଷମା ପ୍ରାର୍ଥନା । ଅଧିକ ପଢନ୍ତୁ

ପୁରୀ ଅବକାରୀ ନିରୀକ୍ଷକଙ୍କ ବିବାଦୀୟ ମନ୍ତବ୍ୟ, ଭିଡ଼ିଓ ଜାରି କଲେ କ୍ଷମା ପ୍ରାର୍ଥନା

ପୁରୀ: ମାସିକିଆ ବଟି ନେଇ ନିଶା ବେପାରୀଙ୍କୁ ପୁରୀ ପୋଲିସ ସୁରକ୍ଷା ଦେବା ଅଭିଯୋଗ ପ୍ରସଙ୍ଗ । ଅଭିଯୋଗ ଆଣିଥିବା ପୁରୀ ଜିଲ୍ଲା ଅବକାରୀ ନିରୀକ୍ଷଣ ସଞ୍ଜୟ ପଣ୍ଡାଙ୍କ ନୂଆ ଭିଡ଼ିଓ ଜାରି କରି ନିଜ ମତକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ମାନସିକ ସମସ୍ୟା ଯୋଗୁଁ ଭୁଲ କଥା କହିଛନ୍ତି ବୋଲି ସେ ଭିଡିଓ ଜାରି କରି କହିଛନ୍ତି ।

ପୁରୀ ଅବକାରୀ ନିରୀକ୍ଷକଙ୍କ ବିବାଦୀୟ ମନ୍ତବ୍ୟ, ଭିଡ଼ିଓ ଜାରି କରି କଲେ କ୍ଷମା ପ୍ରାର୍ଥନା

"ପୁରୀ ପୋଲିସ ନିଶା କାରବାର କରୁଥିବା ମାଫିଆଙ୍କ ଠାରୁ ଟଙ୍କା ନେଇ ସୁରକ୍ଷା ଦେଉଛି । ଫଳରେ ଅବକାରୀ ବିଭାଗ ନିଶା ମାଫିଆଙ୍କୁ ଧରିବାରେ ସକ୍ଷମ ହେଉନାହିଁ ।" ଏଭଳି ଚାଞ୍ଚଲ୍ୟକର ବୟାନ ଦେଇ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ଅବକାରୀ ନିରୀକ୍ଷକ ସଞ୍ଜୟ ପଣ୍ଡା । ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ଏଲିନା ପଣ୍ଡା ଦୁଇଟି ଭିଡିଓ ଜାରି କରିଛନ୍ତି ।

ଏ ନେଇ ନିଜେ ସଞ୍ଜୟ ପଣ୍ଡା କହିଛନ୍ତି ଯେ ସେ ଜଣେ ମାନସିକ ରୋଗୀ ଓ ଦୀର୍ଘଦିନ ହେବ ମାନସିକ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ହେଲେ ସେ କିଛିଦିନ ହେବ ମେଡ଼ିସିନ ଖାଇନଥିବାରୁ ହଠାତ୍ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ମନ୍ତବ୍ୟ ରଖିଛନ୍ତି । ସେ ଅବକାରୀ ଓ ପୋଲିସ ବିଭାଗକୁ ବହୁତ ସମ୍ମାନ କରନ୍ତି । ଏଣୁ ତାଙ୍କ ଅଭିଯୋଗ ପରେ ଯେଉଁ ଅପ୍ରୀତିକର ପରିସ୍ଥିତି ହୋଇଛି ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏହା ବି ପଢନ୍ତୁ- ଅବକାରୀ ବିଭାଗ ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି: ନିଶା ମାଫିଆଙ୍କ ଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ

ସେପଟେ ସଞ୍ଜୟଙ୍କ ସ୍ତ୍ରୀ ଏଲିନା ପଣ୍ଡା ମଧ୍ୟ ତାଙ୍କ ସ୍ଵାମୀ ମାନସିକ ସମସ୍ୟାରେ ଥିବା ସ୍ବୀକାର କରିଛନ୍ତି । ଗତ 2020ରେ ସଞ୍ଜୟ କୋଭିଡ଼ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ସେ ଭଲ ହେବା ପରେ ବହୁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଏ ନେଇ ସେ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ନୀଳ ମାଧବ ପଣ୍ଡାଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ତେବେ ସେ କିଛି ଦିନ ହେବ ମେଡ଼ିସିନ ଖାଉନଥିଲେ । ଏଣୁ ସେ ମାନସିକ ସମସ୍ୟା କାରଣରୁ ଏଭଳି ଭୁଲ ମନ୍ତବ୍ୟ ଦେଇଛନ୍ତି । ତାଙ୍କୁ ସରକାର କ୍ଷମା ଦିଅନ୍ତୁ ବୋଲି ସଞ୍ଜୟଙ୍କ ପତ୍ନୀ ଅନୁରୋଧ କରିଛନ୍ତି ।

ଗତକାଲି ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡ଼ିଓକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଜର ବୟାନ ବଦଳାଇ ଥିବା ଏହି ଭିଡ଼ିଓ କେହି ଜଣେ ତାଙ୍କୁ ଏଭଳି କହିବା ପାଇଁ କହୁଛନ୍ତି । ଏଣୁ ଏବେ ପ୍ରଶ୍ନ ଉଠୁଛି ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ନିଜେ ସ୍ଵଇଚ୍ଛାରେ ଏହି ମତ ବଦଳାଇଛନ୍ତି ନା କାହା ଚାପରେ ଏପରି କହିଛନ୍ତି । ସେପଟେ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା 7 ଦିନିଆ ଛୁଟିରେ ରହିବା ପାଇଁ ଛୁଟି ଆବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 7, 2022, 3:28 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.