ETV Bharat / city

ପୁରୀ ସମୁଦ୍ରରୁ ଉଦ୍ଧାର ହେଲା ତ୍ରେତୟା ଯୁଗର ସେତୁବନ୍ଧ ଶିଳା

ସମୁଦ୍ରରୁ ଉଦ୍ଧାର ହେଲା ଶ୍ରୀରାମଙ୍କ ଦ୍ଵାରା ତିଆରି ସେତୁବନ୍ଧ ଶିଳା। ସମୁଦ୍ରରୁ ଏକ ପଥର ଉଦ୍ଧାର ହୋଇଛି, ଯାହାକି ଜଳରେ ଭାସମାନ ଅବସ୍ଥାରେ ରହୁଛି । ଅଧିକ ପଢନ୍ତୁ...

author img

By

Published : Oct 17, 2021, 9:31 PM IST

drowning stone found in puri sea remember tretaya yug stone
ପୁରୀ ସମୁଦ୍ରରୁ ଉଦ୍ଧାର ହେଲା ତ୍ରେତୟା ଯୁଗର ସେତୁବନ୍ଧ ଶିଳା

ପୁରୀ : ସମୁଦ୍ରରୁ ଉଦ୍ଧାର ହେଲା ଶ୍ରୀରାମଙ୍କ ଦ୍ଵାରା ତିଆରି ସେତୁବନ୍ଧ ଶିଳା । ସମୁଦ୍ରର ଏକ ପଥର ଉଦ୍ଧାର ହୋଇଛି, ଯାହାକି ଜଳରେ ଭାସମାନ ଅବସ୍ଥାରେ ରହୁଛି। ଫଳରେ ଏହା ସେତୁବନ୍ଧର ଶିଳା ବୋଲି ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ ଗତକାଲି ଶନିବାର ପୁରୀରେ ଗୋଶାଣୀ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେତେକ ପୂଜା ସାମଗ୍ରୀ ସମୁଦ୍ରକୁ ବିସର୍ଜନ ପାଇଁ ଲୋକମାନେ ଯାଇଥିଲେ । ତେବେ ସମୁଦ୍ରରେ ଏକ ପଥର ଲହଡିରେ ମାଡ଼ ହେଉଥିବାବେଳେ ଏହା ଭାସୁଥିବା ଦେଖିବାକୁ ପାଇଲେ ପୁରୀର ସନ୍ତୋଷ କୁମାର ଜାଲି । ସେ ଏହାକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବକ ଶମ୍ଭୁ ଖୁଣ୍ଟିଆଙ୍କୁ ପ୍ରଦାନ କରି ସବୁ ସତ କଥା କହିଥିଲେ । ପରେ ସେବାୟତ ଶମ୍ଭୁ ଖୁଣ୍ଟିଆ ଏହାକୁ ପରୀକ୍ଷା ପାଇଁ ମାର୍କଣ୍ଡ ପୁଷ୍କରିଣୀ ଜଳରେ ପଥରଟିକୁ ପକାଇଥିଲେ । ହେଲେ ପଥରଟି ବୁଡିବା ପରିବର୍ତେ ଭାସୁଛି । ଏହାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏପରିକି ସରକାର ଏହି ପଥରକୁ ନେଇ ପରୀକ୍ଷା ନିରୀକ୍ଷା କରି କଣ ପ୍ରକୃତ କାରଣ ରହିଛି ତାର ତଥ୍ୟ ସାର୍ବଜନୀନ କରିବା ଉଚିତ ବୋଲି ସେବାୟତ ମତ ପ୍ରକାଶ କରିଛନ୍ତି ।

ସମୁଦ୍ରରୁ ଏହି ଶିଳାଖଣ୍ଡଟି ଉଦ୍ଧାର ହୋଇଥିବା ହେତୁ ଏହା ତ୍ରେତୟା ଯୁଗର ଶ୍ରୀରାମଙ୍କ ଦ୍ଵାରା ନିର୍ମିତ ସେତୁବନ୍ଧର ଶିଳା ହୋଇ ଥାଇପାରେ ବୋଲି ସେବାୟତ ଶମ୍ଭୁ ଖୁଣ୍ଟିଆ ଅନୁମାନ କରୁଛନ୍ତି। ତଥାପି ସରକାର ଵିଜ୍ଞାନ ଦୃଷ୍ଟି କୋଣରୁ ଏହାକୁ ପରୀକ୍ଷା ନିରୀକ୍ଷା କରି ପ୍ରକୃତ ସତ୍ୟ ପଦାକୁ ଆଣିବାକୁ ସେବାୟତ ପ୍ରକାଶ କରିଛନ୍ତି। ତେବେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ପରେ ବିଭିନ୍ନ ମହଲରେ ଅନେକ ଚର୍ଚ୍ଚା ଲାଗି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.