ବ୍ରହ୍ମଗିରି: ଆଜି ହେଉଛି ପବିତ୍ର ଦୋଳ ଉତ୍ସବ । ଏନେଇ ଇତ୍ସବ ମୁଖର ଗାଁ ଠୁ ସହର । ଫଗୁ ଖେଳରେ ଝୁମିଲେ ଅଲାରନାଥ ସହିତ ପାଣ୍ଡବ ।
ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ପରେ ଅଲାରନାଥ, ମଦନମୋହନ ଏବଂ ସରସ୍ୱତୀଙ୍କୁ ବାହୁ ବିଜେ କରାଇ ବିମାନରେ ଉପବେଶନ କରାଯାଇଥାଏ । ମନ୍ଦିରରୁ ଆଜ୍ଞାମାଳ ଗଲା ପରେ ପାଣ୍ଡବ ଭିମୀଶ୍ୱର ଦେବ, ନକୁଳଦେଵ,ଅର୍ଜୁନ ଦେବ, ସହଦେଵ ଏବଂ ତ୍ରୈଲୋକନାଥ ମନ୍ଦିରରେ ପ୍ରବେଶ କରି ଅଲାରନାଥଙ୍କ ସହିତ ପାଣ୍ଡବ ମନ୍ଦିର ପରିକ୍ରମା କରିଥାନ୍ତି। ଘଣ୍ଟ ଓ ତୁରୀ ଶବ୍ଦରେ ମନ୍ଦିର କମ୍ପୁଥିବା ବେଳେ ଦୋଳକୁ ଝୁଲାଇ ହରିହର ଭେଟ କରାଯାଇଥାଏ।
ଏହାବି ପଢନ୍ତୁ : କଟକ ପାଳିଲା ଦୋଳ ମେଲଣ, ନାଚ ଗୀତରେ କମ୍ପିଲା ସହର
ଏହି ସମୟରେ ଅବିର ରଙ୍ଗରେ ରଙ୍ଗିନ ହୋଇଉଠିଥିଲା ମନ୍ଦିର। ଅଲାରନାଥଙ୍କୁ ବାହୁ ବିଜେ କରାଇ ଦୋଳବେଦୀକୁ ନେଇ ଝୁଲଣ କରାଯାଇଥାଏ। ଏହି ଦୁର୍ଲଭ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।
ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ