ETV Bharat / city

ଶ୍ରୀମନ୍ଦିରର ଷୋଡଶ ମଣ୍ଡପ, ଜାଣନ୍ତୁ କେଉଁ ମଣ୍ଡପର କଣ ରହିଛି ମାହାତ୍ମ୍ୟ - ରତ୍ନ ମଣ୍ଡପ

ଶ୍ରୀମନ୍ଦିରରେ ବର୍ଷବ୍ୟାପୀ ହୋଇଥାଏ ବିଭିନ୍ନ ପ୍ରକାର ନୀତିକାନ୍ତି । ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ନୀତିକାନ୍ତି ପାଇଁ ସ୍ବତନ୍ତ୍ର ମଣ୍ଡପ ମାନ ହୋଇଛି ନିର୍ମିତ । ଜାଣନ୍ତୁ ଶ୍ରୀମନ୍ଦିରେ ଥିବା କେଉଁ ମଣ୍ଡପରେ କି ଲୀଳା କରନ୍ତି କାଳିଆ ଠାକୁର...

different mandap of srimandir, significance of different mandap of srimandir, ଶ୍ରୀମନ୍ଦିରର ବିଭିନ୍ନ ମଣ୍ଡପ,  କାଳିଆ ଠାକୁର, ଶ୍ରୀମନ୍ଦିରର ମଣ୍ଡପ, ରଥଯାତ୍ରା, ପୁରୀ ଶ୍ରୀମନ୍ଦିର, ରାଜା ଇନ୍ଦ୍ରଦ୍ୟୁମ୍ନ, ଶ୍ରୀମନ୍ଦିର, କାଳିଆ ସାଆନ୍ତ
ଶ୍ରୀମନ୍ଦିର ମଣ୍ଡପରେ ଶ୍ରୀଜୀଉଙ୍କ ନୀତିକାନ୍ତି
author img

By

Published : Jun 29, 2021, 7:06 AM IST

ପୁରୀ: ଶ୍ରୀକ୍ଷେତ୍ରରେ ବିରାଜିତ କୋଟି ଓଡ଼ିଆର ମଉଡମଣି ବ୍ରହ୍ମାଣ୍ଡପତି ଶ୍ରୀଜଗନ୍ନାଥ । 12 ମାସରେ ତାଙ୍କର ଅନୁଷ୍ଠିତ ହେଉଛି 13 ପର୍ବ । ସମସ୍ତ ପର୍ବ ପର୍ବାଣୀର ରହିଛି ସ୍ବତନ୍ତ୍ର ନୀତିକାନ୍ତି ଓ ପରମ୍ପରା । ଭିନ୍ନ ଭିନ୍ନ ପର୍ବରେ ଭିନ୍ନ ଭିନ୍ନ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ମଧ୍ୟରେ ରହିଛି ବିଭିନ୍ନ ପ୍ରକାର ମଣ୍ଡପ । ସେଗୁଡ଼ିକ ହେଲା ରତ୍ନ ମଣ୍ଡପ, ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ଦୋଳ ମଣ୍ଡପ, ଯଜ୍ଞ ମଣ୍ଡପ ଓ ମୁକ୍ତି ମଣ୍ଡପ ।

ଶ୍ରୀମନ୍ଦିର ମଣ୍ଡପରେ ଶ୍ରୀଜୀଉଙ୍କ ନୀତିକାନ୍ତି

ମହାପ୍ରଭୁ ବିରାଜ ମାନ କରିଥିବା ରତ୍ନ ସିଂହାସନକୁ ରତ୍ନ ମଣ୍ଡପ ବା ନୀଳାଦ୍ରି ମଣ୍ଡପ କୁହାଯାଏ । ଏହାପରେ ରହିଛି ନାଟ ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ସେହିପରି ଶ୍ରୀମନ୍ଦିର ଭିତରେ ରହିଛି ଭୋଗ ମଣ୍ଡପ । ଏଠାରେ ବରାଦୀ ଭୋଗ ମହାପ୍ରଭୁଙ୍କ ନିକଟରେ କରାଯାଏ। ଶ୍ରୀମନ୍ଦିର କୁରୁମ ବେଢ଼ା ଭିତରେ ରହିଛି ଜଳ କ୍ରୀଡା ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜଳ କ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହା ନିକଟରେ ରହିଛି ମୁକ୍ତି ମଣ୍ଡପ। ଯେଉଁଠାରେ ବିଭିନ୍ନ ପାତକର ପ୍ରତିକାର ପାଇଁ ଭକ୍ତ ମାନେ ଆସି ମୁକ୍ତି ମଣ୍ଡପର ବ୍ରାହ୍ମଣ ମାନଙ୍କ ଠାରୁ ପରାମର୍ଶ ନେଇଥାନ୍ତି। ସେହିପରି ଭିତର ବେଢ଼ାରେ ରହିଛି ସୋମନାଥ ମଣ୍ଡପ ବା ମାଜଣା ମଣ୍ଡପ । ଏହି ମଣ୍ଡପରେ ଠାକୁରଙ୍କ ମାଜଣା ନୀତି, ରୁକ୍ମଣୀ ହରଣ ଏକାଦଶୀ ତିଥି ତଥା ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ଏହାସହ ଦୁର୍ଗା ପୂଜା ସମୟରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ପାଇଁ ଏହି ସମସ୍ତ ମଣ୍ଡପ ପ୍ରତିଷ୍ଠା କରାଯାଇଛି।

ସେହିପରି କୋଇଲି ବୈକୁଣ୍ଠରେ ରହିଛି ଦେବସଭା ମଣ୍ଡପ । ଏଠାରେ ଦେବତା ମାନେ ଏକାଠି ହୋଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରନ୍ତି। ସେହିପରି ଅନ୍ୟ ଏକ ମଣ୍ଡପ ହେଉଛି ନାଭି କଟା ମଣ୍ଡପ । ଜନ୍ମାଷ୍ଟମୀରେ ଠାକୁରଙ୍କ ଜନ୍ମ ନୀତି ପରେ ଏହି ମଣ୍ଡପରେ ମହାପ୍ରଭୁଙ୍କ ନାଭି କଟାଯାଏ। ସେହିପରି ଶ୍ରୀମନ୍ଦିର ଭିତର ବେଢ଼ା ବାହାରେ ରହିଛି ଚାହାଣୀ ମଣ୍ଡପ । ଯାହାକି ଶ୍ରୀମନ୍ଦିର ସିଂହ ଦ୍ବାରର ବାମ ପଟେ ଆନନ୍ଦ ବଜାରରେ ଅବସ୍ଥିତ। ବାହୁଡା ଦିନ ନନ୍ଦିଘୋଷ ରଥ ଶ୍ରୀନହର ନିକଟତର ହେଲେ ଏହି ମଣ୍ଡପରେ ମା’ ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ନିରୀକ୍ଷଣ କରିଥାନ୍ତି।

ସେପଟେ ରୋଷ ଶାଳା ନିକଟରେ ରହିଛି ଭେଟ ମଣ୍ଡପ । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ବେଳେ ମହାପ୍ରଭୁ ରଥରୁ ଆସିବା ବେଳେ ମହାଲକ୍ଷ୍ମୀଙ୍କ ସହ ସେହିଠାରେ ଭେଟ ହୋଇଥାନ୍ତି । ଏଣୁ ଏହାକୁ ଭେଟ ମଣ୍ଡପ କୁହାଯାଏ। ସେହିପରି ଆନନ୍ଦ ବଜାରରେ ପ୍ରସାଦ ମଣ୍ଡପ ସହ ରହିଛି ସ୍ନାନ ମଣ୍ଡପ । ସ୍ନାନ ମଣ୍ଡପରେ ପ୍ରତିବର୍ଷ ସ୍ନାନ ଯାତ୍ରାରେ ଦବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିରରେ ଥିବା ନୀଳାଚଳ ଉପବନରେ ରହିଛି ନିର୍ମାଲ୍ୟ ମଣ୍ଡପ । ଯେଉଁଠି ମହାପ୍ରସାଦକୁ ସୁଖାଯାଇ ନିର୍ମାଲ୍ୟ ପ୍ରସ୍ତୁତ କରାଯାଏ। ସେଠାରେ ଅନ୍ୟ ଏକ ମଣ୍ଡପ ମଧ୍ୟ ରହିଛି ତାହା ହେଉଛି ବକୁଳ ମଣ୍ଡପ ।

ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ନିମନ୍ତେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ଉପରୋକ୍ତ ମଣ୍ଡପ ସବୁ ନିର୍ମିତ ହୋଇଥିଲା । ତେବେ ପରବର୍ତ୍ତୀ ସମୟ୍ରେ ନୀତିକାନ୍ତି ବଢ଼ିବା ସହ ଆବଶ୍ୟକତା ଅନୁସାରେ ଶ୍ରୀମନ୍ଦିର ପରିସରରେ ଗଜପତି ମହାରାଜ ମାନେ ବିଭିନ୍ନ ମଣ୍ଡପ ନିର୍ମାଣ କରାଇଥିଲେ ।

ଶ୍ରୀକ୍ଷେତ୍ରକୁ କାଳିଆ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନେ ଦେବତୁଲ୍ୟ ଏହି ମଣ୍ଡପରେ ମଧ୍ୟ ଥରେ ନିଜର ମଥା ନୁଆଁଇବାକୁ ଭୁଲନ୍ତି ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.