ପୁରୀ: ବାହୁଡା ଓ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲା କର୍ଫ୍ୟୁ । ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଆଜି(ସୋମବାର) ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହୋଇଛି । କର୍ଫ୍ୟୁ ସମୟରେ କେହି ଘରୁ ନବାହାରିବାକୁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।
![ବାହୁଡା-ସୁନାବେଶ ପାଇଁ ପୁରୀରେ ଲାଗିଲା କର୍ଫ୍ୟୁ](https://etvbharatimages.akamaized.net/etvbharat/prod-images/12510943_curfewletter.jpg)
ବାହୁଡା ଯାତ୍ରା ପାଇଁ ଜାରି ହୋଇଛି sop । ଏହି ନିୟମ କିପରି ଉଲ୍ଲଂଘନ ନହେବ, ସେନେଇ ପୁରୀ ଏସପିଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର, ଲଜ୍, ହୋଟେଲ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକର ସର୍ଭେ କରାଯାଇଛି । ନିଜେ ଏସ୍ପି ଅନ୍ୟ ବିଭାଗ ଅଧିକାରୀଙ୍କ ସହ ବୁଲି ଯାଞ୍ଚ କରିଥିଲେ। ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।
ମହାମାରୀ କୋରନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ରଥଯାତ୍ରା ପାଳିତ ହେଉଛି । ଶକ୍ତ କଟକଣା ଯୋଗୁଁ ପୁରୀ ବାସିନ୍ଦା ମଧ୍ୟ ନିଜ ଘର ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ ବୋଲି କଟକଣା ଜାରି କରି ପ୍ରଶାସନ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ