ETV Bharat / city

ଦରଦାମ ବୃଦ୍ଧି ନେଇ ପୁରୀରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ - ପୁରୀରେ କଂଗ୍ରେସର ବିକ୍ଷୋଭ

ଅହେତୁକ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରାକାରଙ୍କ ବିରୋଧରେ ପୁରୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

congress protest in puri against price hike
ଦରଦାମ ବୃଦ୍ଧି ନେଇ ପୁରୀରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ
author img

By

Published : Aug 5, 2022, 4:16 PM IST

ପୁରୀ: ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ଦେଶବ୍ୟାପୀ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦରଦାମ ବୃଦ୍ଧି ନେଇ ପୁରୀରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଅହେତୁକ ଦରବୃଦ୍ଧି ଓ ଚୁଡା, ମୁଢ଼ି, ଗୁଡ, କ୍ଷୀର, ପରି ଖାଦ୍ୟ ପଦାର୍ଥ ଉପରେ GST ଲାଗୁ ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ କର୍ମୀମାନେ ଟାଉନ ହଲ ଛକରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ । ଏଥିରେ ମହିଳା, ଯୁବ, ଛାତ୍ର କଂଗ୍ରେସ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ବିରେନ୍ଦ୍ର ଭୂଷଣ ହୋତା କହିଛନ୍ତି," ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଲୋକଲୋଚନରୁ ହଟାଇବା ପାଇଁ ଇଡିର ଦୁରୁପଯୋଗ କରାଯାଉଛି । ଦେଶରେ ଦରଦାମ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନରେ କଂଗ୍ରେସ ବ୍ୟାପକ ଆନ୍ଦୋଳନ କରିବ ।"

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.