ETV Bharat / city

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟ କଂଗ୍ରେସ ପ୍ରଭାରୀ - ମହାପ୍ରଭୁଙ୍କ ଆଶୀର୍ବାଦ

ଓଡିଶା ଗସ୍ତରେ ଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ମଙ୍ଗଳବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ ମନା ଥିବାରୁ ପତିତପାବନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଏ ଚେଲ୍ଲାକୁମାର । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟ କଂଗ୍ରେସ ପ୍ରଭାରୀ

author img

By

Published : Oct 7, 2020, 8:17 AM IST

ପୁରୀ: ଓଡିଶା ଗସ୍ତରେ ଆସିଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର ମଙ୍ଗଳବାର ସନ୍ଧ୍ୟାରେ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ବନ୍ଦ ଥିବାରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ।

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟ କଂଗ୍ରେସ ପ୍ରଭାରୀ

ଚେଲ୍ଲାକୁମାର ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବାଲେଶ୍ଵର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଚେଲ୍ଲାକୁମାର କହିଛନ୍ତି।

ଏହାସହ ରାଜ୍ୟରେ ଯାହା କିଛି ବିକାଶ ହୋଇଛି କଂଗ୍ରେସ ଶାସନ ସମୟରେ ହୋଇଛି । ନବୀନ ସରକାରଙ୍କ ସମୟରେ ରାଜ୍ୟରେ ବେକାରୀ ବଢିବା ସହ କୃଷକଙ୍କ ସମସ୍ୟା, ଶିଳ୍ପ ସଂସ୍ଥା ଗୁଡିକର ରୁଗ୍ଣ ଅବସ୍ଥା ଯୋଗୁଁ ଓଡିଶା ବିକାଶ କ୍ଷେତ୍ରରେ ବହୁତ ପଛରେ ରହିଯାଇଥିବା ସେ କହିଛନ୍ତି।

ସେହିପରି ଅଗାମୀ ଦିନରେ ଓଡିଶା ଲୋକଙ୍କ ଆଗରେ କଂଗ୍ରେସ ଏହି କଥା ରଖିବ। ପୂର୍ବଭଳି ପୁଣି ଦଳ ଶାସନ କ୍ଷମତାକୁ ଫେରିବ ବୋଲି ଚେଲ୍ଲାକୁମାର ଦୃଢକ୍ତି ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.