ETV Bharat / city

Srimandir Kitchen Vandalism Case: ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ କରିବ 5 ଜଣିଆ କମିଟି

author img

By

Published : Apr 4, 2022, 4:38 PM IST

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ମାମଲା ରୁଜୁ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ଏହାସହ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ ଗଠନ ହୋଇଛି ବୋଲି କହିଛନ୍ତି ପୁରୀ ଏସପି । ଅଧିକ ପଢନ୍ତୁ

Srimandir Rosaghara matter: ରୋଷଘର ଚୁଲି ଭାଙ୍ଗିବା ଘଟଣା, ମାମଲା ରୁଜୁ କଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଭିତରେ ଥିବା ରୋଷଘର ଚୁଲି ଭାଙ୍ଗିବା ଘଟଣା । ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ରୋଷଘରେ ସମୁଦାୟ ୪୩ଟି ଚୁଲି ଭଙ୍ଗା ଯାଇଥିବା ନେଇ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତଦନ୍ତ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ୫ ଜଣିଆ ଟିମ୍ ଗଠନ ହୋଇ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂହ କହିଛନ୍ତି।

Srimandir Kitchen Vandalism Case: ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ କରିବ 5 ଜଣିଆ କମିଟି

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଆଧାରରେ ଆଇପିସି ଧାରା ୨୭ IPC, ୨୯୫ A, ସେକ୍ସନ ୩୦ (A)(B) ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି । ତେବେ ଏ ସମ୍ପର୍କରେ ପୁରୀ ଏସପି ସୂଚନା ଦେଇଛନ୍ତି । ରୀମନ୍ଦିର ରୋଷ ଶାଳାରେ କିଏ ଭାଙ୍ଗିଲା ଚୁଲି ? ଚୁଲି ଭାଙ୍ଗିବାର ପ୍ରକୃତ ଉଦ୍ଦେଶ୍ୟ କଣଥିଲା ? ଗତ ଶନିବାର ରାତିରେ ଶ୍ରୀମନ୍ଦିରରେ ଏତେ ବଡ ଅଘଟଣ କେଉଁ ଦୁର୍ବୁତ୍ତ ଘଟାଇଲା ? ଏସବୁ ଘଟଣାର ତଦନ୍ତ ଏବେ ଆରମ୍ଭ କରିଛି ପୋଲିସ । ଶ୍ରୀମନ୍ଦିରର ନିଷିଦ୍ଧଞ୍ଚଳ ରୋଷଘରେ ପଶି ଦୁବୃର୍ତ୍ତ ମାନେ ୪୩ଟି ଚୁଲି ଭାଙ୍ଗି ଦେଇଥିଲେ ।

ତେବେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଏହି ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୁଆର ମହାସୁଆର ନିଯୋଗ ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ବପୁର୍ଣ ବୈଠକ ହୋଇଥିଲା । ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ନିକଟରେ ଲିଖିତ ଅଭିଯୋଗ କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ତଦନ୍ତ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଛି ।

ବୈଠକ ପରେ ଅତିରିକ୍ତ ଏସପି, ଶ୍ରୀମନ୍ଦିର ନୀତି ଓ ସୁରକ୍ଷା ପ୍ରଶାସକ, ସୁଆର ମହାସୁଆର ନିଯୋଗର ସଭାପତି କଣ୍ଟ୍ରୋଲ ରୁମକୁ ଯାଇ ସିସିଟିଭି କ୍ୟାମେରାର ଦୃଶ୍ୟ ଅନୁଧ୍ୟାନ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ସିସିଟିଭି କ୍ୟାମେରା ଦୃଶ୍ୟରୁ ଶନିବାର ଶ୍ରୀମନ୍ଦିର ଶୋଧ ପରେ କେହି ରୋଷ ଘରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିନାହିଁ। ରୋଷଘର ଦାୟିତ୍ବରେ ଥିବା ଧୋପଖାଳ, ପାଇକ, ଦ୍ଵାରପାଳିକା ଓ ଅଙ୍ଗରିଆ ସେବକଙ୍କୁ ଶ୍ରୀମନ୍ଦିର ନୀତି ଓ ସୁରକ୍ଷା ପ୍ରଶାସକ ପଚରାଉଚୁରା କରିଥିବା ଜିଲ୍ଲାପାଳ କହିଛନ୍ତି ।

ସେପଟେ ଚୁଲା ଭଙ୍ଗା ଘଟଣା ନେଇ ସିଂହଦ୍ଵାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆଇପିସିର ଦଫା ୪୨୭, ୨୯୫, ୨୯୫ (କ), ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି) ରେ ମାମଲା ରୁଜୁ ହୋଇଛି। ତଦନ୍ତ ପାଇଁ ପୁରୀ ପୋଲିସର ୫ ଜଣିଆ ଟିମ୍ ଗଠନ କରାଯାଇଥିବା ଏସପି କନୱର ବିଶାଳ ସିଂ କହିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଭୋଗମଣ୍ଡପ, ଗଙ୍ଗା ଯମୁନା କୂଅ ନିକଟରେ ଲାଗିଥିବା ପ୍ରତ୍ୟେକଟି ସିସିଟିଭି କ୍ୟାମେରାକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର ଭିତରେ ଦୁର୍ବୁତ୍ତ ମାନେ ଚୁଲା ଭାଙ୍ଗିବା ଘଟଣା ସମ୍ବେଦଶୀଳ ହୋଇଥିବାରୁ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା, ଚିନ୍ତାପ୍ରକଟ କଲେ ଧର୍ମେନ୍ଦ୍ର

ରୋଷଘର ପ୍ରବେଶ ଓ ପ୍ରସ୍ଥାନ ଦ୍ଵାରରେ ସିସିଟିଭି କ୍ୟାମେରା ନଥିବାରୁ ପୋଲିସ ପାଇଁ ତଦନ୍ତ ବଡ ଚାଲେଞ୍ଜ ହେବ। ଶ୍ରୀମନ୍ଦିର ରୋଷ ଘରେ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଏହି ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି କିଏ ଓ କିଭଳି ଏମିତି ଦୁଃସାହସ କଲା ତାହା ବଡ ପ୍ରଶ୍ନବାଚୀ । ଶ୍ରୀମନ୍ଦିର ଶୋଧ ହେବା ପରେ ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ପୋଲିସ ବା ବରକନ୍ଦାଜ୍ ଓ ଶ୍ରୀମନ୍ଦିର ୪ ଦ୍ଵାରରେ ସଶସ୍ତ୍ର ଓଡ଼ିଶା ପୋଲିସ ମୁତୟନ ଥା'ନ୍ତି। ତେବେ ଶନିବାର ରାତିରେ ଶ୍ରୀମନ୍ଦିର ରୋଷଘର ତାଲା ପଡିନଥିବା ସୁଆର ମହାସୁଆର ନିଯୋଗ କହିଥିବା ବେଳେ ଶ୍ରୀମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଅଭିଯୋଗ କରିଛନ୍ତି ।

ତେବେ ସୂଚନା ଥାଉ କି ଗତକାଲି(ରବିବାର) କେହି ଦୁର୍ବୃତ୍ତ ଶ୍ରୀମନ୍ଦିର ରୋଷ ଘରେ ପଶି ୪୦ରୁ ଅଧିକ ଚୁଲିକୁ ଭାଙ୍ଗିଥିଲା । ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନୀତି ସମୟରେ ରୋଷଘର ଧୁଆପଖାଳ ହେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ଅନୁମାନ କରିଥିଲା । ଆନନ୍ଦ ବଜାରରେ ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ବିଭିନ୍ନ ମହଲରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

ଏ ନେଇ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡକୁ ନେଇ ଟ୍ବିଟ ଯୋଗେ ଦୁଃଖ ପ୍ରକାଶ କରିଛନ୍ତି । ସରକାର ଘଟଣାକୁ ଗୁରୁତ୍ବର ସହ ନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଧର୍ମେନ୍ଦ୍ର। ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ଟ୍ବିଟ କରି କହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.