ETV Bharat / city

ଆଜି ବ୍ରହ୍ମଗିରି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଜୁ ସ୍ୱାସ୍ଥ୍ୟବୀମା କାର୍ଡ

ଆଜି (ଗୁରୁବାର) ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ହିତାଧିକାରୀଙ୍କୁ ବଣ୍ଟନ କରିବେ ବିଜୁ ସ୍ୱାସ୍ଥ୍ୟବୀମା କାର୍ଡ । ଅଧିକ ପଢନ୍ତୁ...

ଆସନ୍ତାକାଲି ବ୍ରହ୍ମଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ, ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ

author img

By

Published : Oct 6, 2021, 6:39 PM IST

Updated : Oct 7, 2021, 6:27 AM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ତଦାରଖ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏହି ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ବିଜୁ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନକୁ ଉଦଘାଟନ କରିବା ସହ ବ୍ରହ୍ମଗିରି ବ୍ଲକ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ମିନି ସେକ୍ରେଟିଏଟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ବ୍ରହ୍ମଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ, ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ

ସେପଟେ କେରାଣ୍ଡିଆ ହେଲିପ୍ୟାଡ଼ ଠାରେ ସଭାର ଆୟୋଜନ କରାଯାଇ ସେଠାରୁ ଜିଲ୍ଲାର ସମସ୍ତ ଯୋଜନାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତିର ତଦାରଖ କରୁଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Oct 7, 2021, 6:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.