ପୁରୀ: ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଆଜି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଜନତାଙ୍କ ସହ କଥା ହେବେ ନବୀନ । ଏହାସହ ଡେଲାଙ୍ଗ ଓ ପିପିଲି ଏନଏସିର ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ୟାକେଜ ଘୋଷଣା କରିବେ ନବୀନ । ଏଥିପାଇଁ 67 କୋଟି 68 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିବେ ସିଏମ ।
ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ପିପିଲି ଦାଣ୍ଡମୁକୁନ୍ଦପୁର ସ୍ଥିତ ବାଲିପଡିଆ ଓ ଡେଲାଙ୍ଗ ରେଞ୍ଚରେ ପ୍ରସ୍ତୁତ ସରିଛି । ଏଥିରେ ପିପିଲିରେ ପ୍ରାୟ 10 ହଜାର ଓ ଡେଲାଙ୍ଗ ବ୍ଲକର 12 ହଜାର ଲୋକଙ୍କୁ ସମ୍ବୋଧିତ କରିବେ ନବୀନ । ଦିବା ସାଢ଼େ 11 ଘଟିକାରେ ପିପିଲିରେ ଓ ମଧ୍ୟାହ୍ନ 12 ଟାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଭେଟି ଜନସାଧାରଣଙ୍କୁ ଦେବେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ