ETV Bharat / city

ଆଜି ଶ୍ରୀଜିଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Feb 8, 2021, 10:14 AM IST

ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାର ମାସେ ପରେ ଆଜି ପୁରୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ କରିବେ । ଅଧିକ ପଢନ୍ତୁ...

ଆଜି ଶ୍ରୀଜିଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଆଜି ଶ୍ରୀଜିଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । କୋଭିଡ ମହାମାରୀ ସଙ୍କଟ ଭିତରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ନେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ନୀତି ପ୍ରଶାସକ ସମେତ ବରିଷ୍ଠ ସେବାୟତ ଉପସ୍ଥିତ ରହିବେ ।

ରବିବାର ଶ୍ରୀମନ୍ଦିର ଜାତୀୟ ସ୍ମାରକୀ ପ୍ରାଧିକରଣ ପ୍ରାଧିକରଣ ପ୍ରସ୍ତାବିତ ବାଇ ଲ’କୁ ନେଇ ବିବାଦ ଦେଖାଦେଇଛି । କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ ଆଇନକୁ ବିରୋଧ କରି ସେବାୟତ ସଂଘ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛନ୍ତି । ତେବେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ବେଳେ ସେବାୟତଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛି ।

ଜାନୁଆରୀ ମାସରେ ମନ୍ଦିର ସର୍ବସାଧାରଣ ପାଇଁ ଖୋଲାଯାଇଛି । ପ୍ରଥମେ କୋଭିଡ ରିପୋର୍ଟ ଦେଇ ସାଧାରଣଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ଏହି ନିୟମକୁ ବଦଳାଯାଇ ଏବେ ବିନା ରିପୋର୍ଟରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.