ETV Bharat / city

ରଥଖଳା ହାଲଚାଲ: ଚାଲିଛି ତିନିରଥ ପାଇଁ ମଦଣ୍ଡା, ଗୟଳ ଓ ଗରଗରା ନିର୍ମାଣ କାର୍ଯ୍ୟ

author img

By

Published : Jun 7, 2022, 2:38 PM IST

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ମହାରଣା ସେବକ । ଅଧିକ ପଢନ୍ତୁ

ରଥଖଳା ହାଲଚାଲ: ଚାଲିଛି ତିନିରଥ ପାଇଁ ମଦଣ୍ଡା, ଗୟଳ ଓ ଗରଗରା ନିର୍ମାଣ କାର୍ଯ୍ୟ
ରଥଖଳା ହାଲଚାଲ: ଚାଲିଛି ତିନିରଥ ପାଇଁ ମଦଣ୍ଡା, ଗୟଳ ଓ ଗରଗରା ନିର୍ମାଣ କାର୍ଯ୍ୟ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ମହାରଣା ସେବକ । ତିନିରଥ ପାଇଁ ମହାରଣା ସେବକ କରୁଛନ୍ତି ଦଣ୍ଡା, ଗୟଳ ଓ ଗରଗରା ନିର୍ମାଣ । ତିନିରଥ ପାଇଁ ମହାରଣା ସେବକ କରୁଛନ୍ତି ଦଣ୍ଡା, ଗୟଳ ଓ ଗରଗରା ନିର୍ମାଣ । ନନ୍ଦିଘୋଷ ରଥର ତିନୋଟି ପୋଲ ଗୟଳ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ଓ ଦେବଦଳନ ରଥର ଦୁଇଟି ଲେଖାଏଁ ପୋଲ ଗୟଳ ଚଉପଟ କରାଯାଉଛି ।

ତିନିରଥର ୨ଟି ଲେଖାଏଁ ଗରଗରାରେ ବିନ୍ଧକାର୍ଯ୍ୟ ଶେଷହେବା ସହ ଢମକର ଚଉପଟ ଚାଲିଛି । ଦଣ୍ଡାଗୁଡିକରେ ଅଖ ସଂଯୋଗ ପାଇଁ ପ୍ରସ୍ତୁତ କରାଯାଉଛି । ରୂପକାର ସେବକ ରଥ ସିଂହାସନରେ ଡାଳିଲତା ଓ କୁମ୍ଭ ଖୋଦେଇ କରିବା ସହ ନାଟଗୋଡ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଗୟଳ କଣ୍ଟା, ଗରଗରା କଣ୍ଟା, ଭୂଇଁ କଣ୍ଟା, ଯୋଖା କଣ୍ଟା, ଚଣାକ, ବାଗିଆ, ଆଗପାତେଳି ଓ ଚଉରସ କଣ୍ଟା ପ୍ରସ୍ତୁତ କରୁଛନ୍ତି । ଅଖରେ ଚକ ଡେରାଯିବା ପରେ ଚକ ଦୁଇପାର୍ଶ୍ଵରେ ବାନ୍ଧ ଦିଆଯାଇଛି । ଅଖ ତଳେ ମେଣ୍ଡି ବାଡିଆ ଯାଉଥିବା ସୂଚନା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.