ETV Bharat / city

Ratha Yatra 2022: ଚଳଚଞ୍ଚଳ ରଥଖଳା, ତୁମ୍ବ କାର୍ଯ୍ୟରୁ ଆରମ୍ଭ ହେଲା ରଥ ନିର୍ମାଣ

ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇ ସାରିଛି । ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : May 4, 2022, 1:08 PM IST

ରଥ କାଠ  ଅନୁକୁଳ ପରେ ଚଳଚଞ୍ଚଳ ରଥ ଖଳା
ରଥ କାଠ ଅନୁକୁଳ ପରେ ଚଳଚଞ୍ଚଳ ରଥ ଖଳା

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇ ସାରିଛି । ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ଏ ନେଇ ଚଳଚଞ୍ଚଳ ହୋଇଛି ରଥଖଳା । ପ୍ରଥମ ତିନି ରଥର ତୁମ୍ବ କାର୍ଯ୍ୟରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ ।

ରଥ କାଠ ଅନୁକୁଳ ପରେ ଚଳଚଞ୍ଚଳ ରଥ ଖଳା

ଏଥିପାଇଁ ଆଜି କରତି ସେବକମାନେ ରଥଖଳାରେ କାଠ ଚିରଟ କରିଛନ୍ତି । କାଠ ଚିରଟ ପରେ ମହାରଣା ସେବକମାନେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ଭୋଇ ସେବକମାନେ ମହାରଣାଙ୍କ ପାଖକୁ କାଠ ଯୋଗାଇ ଦେବେ । ପରମ୍ପରା ଅନୁଯାୟୀ ରଥ ନିର୍ମାଣରେ ସଂପୃକ୍ତ ସମସ୍ତ ସେବାୟତ ଅକ୍ଷୟ ତୃତୀୟାରୁ ରଥଯାତ୍ରା ଶେଷ ଯାଏଁ ହବିଷ୍ୟାନ ଗ୍ରହଣ କରି ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟ ତୁଲାଇଥାନ୍ତି । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ସେବାୟତ ମାନଙ୍କ ଭିତରେ ଆନନ୍ଦର ଲହରୀ ଖେଳି ଯାଇଛି ।

ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଭକ୍ତଙ୍କ ଗହଣରେ ହେଉ ବୋଲି ପ୍ରତ୍ୟେକ ସେବାୟତ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମେ ମାସ ୨୨ ତାରିଖରେ ଭଉଁରୀ ପରେ ଜୁନ୍‌ ୧୪ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ ଯୋଗୁଁ ଜ୍ବର ପୀଡିତ ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.