ETV Bharat / city

3 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ପୁରୀର ବିନାୟକ ବସ୍ତିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 26 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅଧିକ ଖବର ପଢନ୍ତୁ...

author img

By

Published : Nov 16, 2019, 5:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଜିଲ୍ଲା ଅବକାରୀ ବିଭାଗ ବିନାୟକ ବସ୍ତିରେ ଚଢ଼ାଉ କରି 26 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ 3 ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ମହିଳାଙ୍କ ନାମ ଖୁକୁ ମଣ୍ଡଳ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଖୁକୁ ମଣ୍ଡଳ ଦୀର୍ଘଦିନ ଧରି ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି ପୁରୀରେ ବେପାର କରୁଥିଲେ ବୋଲି ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ ଦାସ କହିଛନ୍ତି । ଏହି ଖବର ମିଳିବା ପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ କହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବ୍ରାଉନ ସୁଗାର ଜବତ Body:ପୁରୀ ଜିଲା ଅବକାରୀ ବିଭାଗ ଚଢ଼ାଉ କରି 3 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଜଣେ ମହିଳା ଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ମହିଳା ଜଣକ ବଳିଆ ପଣ୍ଡା ବିନାୟକ ବସ୍ତି ରେ ରହୁଥିବା ଗୋଲେଖ ମଣ୍ଡଳ ଙ୍କ ପତ୍ନୀ ଖୁକୁ ମଣ୍ଡଳ । ତାଙ୍କ ଠାରୁ 26 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଖୁକୁ
ମଣ୍ଡଳ ଖୋରଦା ରୁ ବ୍ରାଉନ ସୁଗାର ଆଣି ପୁରୀ ରେ ଦୀର୍ଘ ଦିନ ହେବ ବେପାର କରୁଥିବା ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ ଦାସ କହିଛନ୍ତି। ଏପରିକି ବଡ଼ ବେପାରୀ ମାନେ ବାହାରୁ ଏହି ମାରାତ୍ମକ ନିଶା ଆଣି ଖୋରଦା ରେ ପହଞ୍ଚୁଥିବା ବେଳେ ସେଠାରୁ ପୁରୀ ସହ ବିଭିନ୍ନ ସ୍ଥାନ କୁ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି। ତେବେ ଗୁପ୍ତ ସୂଚନା ମିଳିବା ପରେ ଅବକାରୀ ବିଭାଗ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଥିଲା। ଅଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ। ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ଅବକାରୀ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲୀ ବିଭାଗ ପକ୍ଷରୁ କୁହାଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.