ପୁରୀ: କୁସୁନୁଖୁଣ୍ଟିଆ ଅଞ୍ଚଳରେ ଦୁର୍ବୃତ୍ତମାନେ ଦାଦାବଟି ମାଗିବା ସହିତ ମାରଣାସ୍ତ୍ର ଧରି ଆତଙ୍କରାଜ କରିଥିବା ହୋଇଛି ଅଭିଯୋଗ । ଦାଦାବଟି ସାଙ୍ଗକୁ ବୋମାମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ 13 ତାରିଖ ରାତି 3 ଟା 30ରେ ଟାଉନ ଥାନା ଅନ୍ତର୍ଗତ ଚକ୍ରକୋଟ ଲେନର ବୈଦ୍ୟନାଥ ମହାସୁଆରଙ୍କ ଘର ଉପରେ ହୋଇଥିଲା ବୋମାମାଡ଼ । ଅଭିଯୁକ୍ତ ଓ ତାର କିଛି ସାଥୀ ପୂର୍ଵ ଶତ୍ରୁତାକୁ ନେଇ ହତ୍ୟା କରିବା ଉଦ୍ଦେଶ୍ୟରେ ବୋମାମାଡ଼ କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଅଭିଯୁକ୍ତ ଠାରୁ ଅଫୁଟା ବୋମା ମଧ୍ୟ ଉଦ୍ଧାର କରିଥିଲେ।
ସେହିପରି ଦାଦାଵଟି ମାଗିବା ଅଭିଯୋଗରେ ପୋଲିସ ସାଗର ପଡିଆ ନୂଆସାହିର ସତ୍ୟ ନାରାୟଣ ପଣ୍ଡା ଓ ବାରବାଟୀ ନୂଆସାହିର ଲିଙ୍ଗରାଜ ଦାସଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଶ୍ରୀଧର ସାହୁ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । 14 ତାରିଖ ଦିନ 11ଟା ବେଳେ କୁସୁନୁଖୁଣ୍ଟିଆ ଅଞ୍ଚଳରେ ଅଭିଯୁକ୍ତମାନେ ମାରଣାସ୍ତ୍ର ଧରି ଆତଙ୍କରାଜ କରି ଲୋକଙ୍କ ଠାରୁ ଦାଦାବଟି ମାଗୁଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ PCR ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ