ETV Bharat / city

ଦଳିତ ସାହିରେ ଦୀପାବଳି ପାଳିଲେ ସମ୍ବିତ

author img

By

Published : Nov 15, 2020, 4:42 AM IST

ଚଳିତ ବର୍ଷ ଦୀପାବଳିକୁ ଦଳିତ ମାନଙ୍କ ସହିତ ପାଳନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

ଦଳିତ ସାହିରେ ଦୀପାବଳି ପାଳିଲେ ସମ୍ବିତ
ଦଳିତ ସାହିରେ ଦୀପାବଳି ପାଳିଲେ ସମ୍ବିତ

ପୁରୀ: ଗରିବ ଅସହାୟ ମାନଙ୍କ ସହିତ ନିରାଡମ୍ବର ଭାବେ ଦୀପାବଳି ପାଳିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଶ୍ରୀପୁରୋଷତ୍ତମପୁର ପଞ୍ଚାୟତ ଥେଣ୍ଟଣା ଦଳିତ ସାହିର ଲୋକମାନଙ୍କ ସହିତ ଦୀପ ଲଗାଇ ଦୀପାବଳି ପାଳିଛନ୍ତି ସେ ।

ଦଳିତ ସାହିରେ ଦୀପାବଳି ପାଳିଲେ ସମ୍ବିତ

ସମସ୍ତଙ୍କ ଘର ବୁଲି ସେମାନଙ୍କ ସହିତ ଦୀପାବଳି ପାଳିବା ସହ ସେମାନଙ୍କୁ ଲୁଗା ଓ ମିଠା ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭୋକାଲ ଫର ଲୋକାଲ ଅଭିଯାନ ଆରମ୍ଭ କରିଛନ୍ତି ।

କିଭଳି ପିପିଲି ଲୋକ ହାତ ତିଆରି ସାମଗ୍ରୀ ଉଚିତ ବଜାର ଦର ପାଇବ ଓ ବିକ୍ରି ହୋଇ ପାରିବ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ସମସ୍ତେ ସ୍ଥାନୀୟ ଅଞ୍ଚଳର ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଭାରତ ଆତ୍ମନିର୍ଭରଶୀଳ ହୋଇ ପାରିବ ବୋଲି ସମ୍ବିତ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପିପିଲି ବିଜେପିର ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ଅନେକ କର୍ମୀ ଓ ନେତା ସାମିଲ ହୋଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.