ETV Bharat / city

ପୁରୀ ଆସୁଛନ୍ତି ସମ୍ବିତ, ମହାପ୍ରଭୁଙ୍କ ଠାରୁ ନେବେ ଆଶିଷ

ପୁରୀ ଆସୁଛନ୍ତି ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କର ସ୍ବାଗତ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

author img

By

Published : Mar 24, 2019, 9:56 PM IST

ଫଟୋ ସୌଜନ୍ୟ: ଟ୍ବିଟର@ସମ୍ବିତପାତ୍ର

ପୁରୀ: ଆସନ୍ତାକାଲି(ସୋମବାର) ପୁରୀ ଗସ୍ତରେ ଆସୁଛନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ପରେ ଏହା ତାଙ୍କ ପ୍ରଥମ ଗସ୍ତ । ଏ ନେଇ ଜିଲ୍ଲା ବିଜେପି ସଭାପତି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସମ୍ବିତଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ତାଙ୍କ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ଶ୍ରୀ ପାତ୍ର ଲୋକସଭା ମଣ୍ଡଳୀର କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ କରିବେ । ଏହାପରେ ବିଧିବଦ୍ଧଭାବେ ଦଳୀୟ ପ୍ରଚାର ଆରମ୍ଭ କରାଯିବ ବୋଲି ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର କହିଛନ୍ତି ।

ଏଥର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ କାରୀ ଯୋଜନା ଓ ବିଜେଡି ଗୁଣ୍ଡାରାଜ, ଦୁର୍ନୀତି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ବିଜେପି ଜନ ସାଧାରଣଙ୍କ ପାଖକୁ ଯିବ । ଏଥର ପରିବର୍ତ୍ତନ ହେବା ସହ ବିଜେପି ପୁରୀରେ ସଫଳତା ପାଇବ ବୋଲି ବିଜେପି ଦୃଢୋକ୍ତି ପ୍ରକାଶ କରିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.