ETV Bharat / city

ନିୟମ ଭାଙ୍ଗି ଫାଇନ ଗଣିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ - ଫାଇନ ଗଣିଲେ ବ୍ୟୋମକେଶ ରାୟ

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଫାଇନ ଦେଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ସୋସିଆଲ ମିଡିଆରେ କାର୍ଯ୍ୟାନୁଷ୍ଠାନ ଦାବି ପରେ ଫାଇନ ଦେଇଛନ୍ତି ବିଧାୟକ । ଅଧିକ ପଢନ୍ତୁ...

ନିୟମ ଭାଙ୍ଗି ଫାଇନ ଗଣିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ

author img

By

Published : Oct 7, 2021, 7:01 AM IST

ପୁରୀ: ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତଣ୍ଡ ଗଣିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଶ୍ରୀମନ୍ଦିର ସମୁଖ ରାସ୍ତାରେ ବିଧାୟକଙ୍କ କାର ନିୟମ ଉଲ୍ଲଙ୍ଘନ କରି ପ୍ରବେଶ କରିବାରୁ ପୁରୀ ପୋଲିସ ଏହି ଚାଲାଣ କାଟିଛି । ଭଦ୍ରକ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କାରକୁ ପୁରୀ ପୋଲିସ 2 ହଜାର ଟଙ୍କା ଫାଇନ କରିଛି । ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇ ଥିବାବେଳେ ପୁରୀ ଏସପି କେ.ବିଶାଳ ସିଂଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଗତ କିଛିଦିନ ତଳେ ଶ୍ରୀମନ୍ଦିର ଚାରିପାଖରେ ଭିଡ଼କୁ ଦୃଷ୍ଟିରେ ରଖାଯାଇ ନୋ ପାର୍କିଂ ଜୋନ କରାଯାଇଥିଲା । ସେହିପରି ଶ୍ରୀମନ୍ଦିର ସମ୍ମୁଖରେ କୌଣସି କାର ଯାତାୟତ ନେଇ କଟକଣା ମଧ୍ୟ ଜାରି କରାଯାଇଥିଲା । ପୁରୀ ପୋଲିସ ପକ୍ଷରୁ ପ୍ରତିଦିନ ପାଟ୍ରୋଲିଂ କରାଯାଇ ଫାଇନ କଟାଯାଉଛି ।

ତେବେ ଗତକାଲି(ବୁଧବାର) ବିଧାୟକଙ୍କ ଗାଡି କିଭଳି ଶ୍ରୀମନ୍ଦିର ସମ୍ମୁଖରେ ପ୍ରବେଶ କଲା ସେନେଇ କିଛି ସ୍ବେଚ୍ଛାସେବୀ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ । ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ବିଧାୟକଙ୍କ ଗାଡି ଉପରେ 2 ହଜାର ଟଙ୍କା ଜରିମାନା ପକାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.