ପୁରୀ: ପୌର ନିର୍ବାଚନକୁ ନେଇ ସରଗରମ ପ୍ରଚାର ମୈଦାନ । ପିପିଲି NACକୁ ଦଖଲକୁ ନେବା ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ବେଳେ ଡୋର ଟୁ ଡୋର କ୍ୟାମ୍ପେନକୁ ଜୋରଦାର କରିଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ୱରେ ପିପିଲିରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ ।
ତେବେ ନିର୍ବାଚନରେ ବିଜୟୀ ହେବା ପରେ ୱାର୍ଡରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ । ସେପଟେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ଯେ ପୂର୍ବରୁ ଉପ ନିର୍ବାଚନ ହେଉକି ପଞ୍ଚାୟତ ନିର୍ବାଚନ ସବୁଥିରେ ପିପିଲିବାସୀ ବିଜେଡି ଉପରେ ଭରସା କରି ବିଜୟୀ କରାଉଛନ୍ତି । ଏଣୁ ଏଥର ପୌର ନିର୍ବାଚନରେ ପିପିଲିରେ ବିଜେଡି ଆଉ ଏକ ଇତିହାସ ରଚିବ ବୋଲି କହିଛନ୍ତି ରୁଦ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପିପିଲି ଏନଏସିର 16ଟି ୱାର୍ଡ ଓ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଆସିବ । ବିଜେଡି ଶାସନରେ ହିଁ ପିପିଲି ଅଞ୍ଚଳର ବିକାଶ ହୋଇ ପାରିବ ବୋଲି ଲୋକ ମାନେ ବୁଝି ସାରିଛନ୍ତି । ଏଣୁ ଚଳିତ ପୌର ନିର୍ବାଚନରେ ପିପିଲି ଏନଏସିରେ ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ