ETV Bharat / city

ବିଶ୍ୱକେଶନ ହେବେ କଂଗ୍ରେସ ପ୍ରାର୍ଥୀ !

author img

By

Published : Apr 23, 2021, 8:07 AM IST

Updated : Apr 23, 2021, 9:38 PM IST

ପିପିଲି ଉପନିର୍ବାଚନ ଲାଗି ସାନି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ପତ୍ନୀ ଓ ପରିବାର ଲୋକ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେବାରୁ ନୂଆ ଚେହେରାକୁ ଭରସା କରିଛି ଦଳ । ଅଧିକ ପଢନ୍ତୁ...

pipili byelectioବିଶ୍ୱକେଶନ ହେବେ କଂଗ୍ରେସ ପ୍ରାର୍ଥୀ !n
ବିଶ୍ୱକେତନ ହେବେ କଂଗ୍ରେସ ପ୍ରାର୍ଥୀ !

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ସାନି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ପତ୍ନୀ ଓ ପରିବାର ଲୋକ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେବାରୁ ନୂଆ ଚେହେରାକୁ ଭରସା କରିଛି ଦଳ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ କରିବାକୁ ସ୍ଥିର କରିଥିବା ସୂଚନା ମିଳିଛି ।

ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀତ୍ବକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୋହର ମାରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ଆଜି ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଡେଲାଙ୍ଗ ଅଞ୍ଚଳର ବାସିନ୍ଦା ବିଶ୍ୱକେଶନ କଂଗ୍ରେସ ସେବା ଦଳର ପୁରୀ ଜିଲ୍ଲା ଆବାହକ ଅଛନ୍ତି । ବାରବୋଇ ପଦଯାତ୍ରାର ଶୃଙ୍ଖଳିତ ସମାପନ କରିବାରେ ବିଶ୍ୱକେଶନଙ୍କର ରହିଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଗଠନ କରାଯାଇଥିବା ସବ କମିଟି ବିଶ୍ୱକେଶନଙ୍କ ନାଁ ଏଆଇସିସି ନିକଟକୁ ପଠାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Apr 23, 2021, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.