ETV Bharat / city

ନିଆରା ଯୋଗ କରି ଚର୍ଚ୍ଚାରେ ସାଧୁ ଭକ୍ତ ଚରଣ ଦାସ

author img

By

Published : Oct 2, 2021, 10:02 PM IST

ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଲଙ୍ଗୁଳି ମଠରେ ବାବା ଭକ୍ତ ଚରଣ ଦାସ ରହି ମହାପ୍ରଭୁଙ୍କ ସେବା କରିବା ସହିତ ପ୍ରତିଦିନ ସକାଳୁ ନିଆରା ଯୋଗ ନିୟମ କରନ୍ତି। କଠିନରୁ କଠିନ ଯୋଗ କରି ଚର୍ଚ୍ଚାରେ ସନ୍ଥ ଭକ୍ତ ଚରଣ ଦାସ । ଅଧିକ ପଢନ୍ତୁ...

ନିଆରା ଯୋଗ ନିୟମ କରି ଚର୍ଚ୍ଚାରରେ ସାଧୁ ଭକ୍ତ ଚରଣ ଦାସ

ପୁରୀ: ଶରୀର ସୁସ୍ଥ ରଖିବା ପାଇଁ ଯୋଗ ଏକ ପ୍ରମୁଖ ମାଧ୍ୟମ । ମୁନିଋଷି ମାନେ ଏନେଇ ଅନେକ ଯୋଗ ଆସନ ବିଷୟରେ ଉପାୟ ଲୋକଙ୍କୁ ଦେଇଛନ୍ତି । ତେବେ ସାଧାରଣ ଭାବେ ଯୋଗାସନ ବିଷୟରେ ଲୋକଙ୍କର କମ ଜ୍ଞାନ ରହିଥାଏ । ଯୋଗକୁ ଯମ, ନିୟମ, ଆସନ, ପ୍ରମାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା, ସମାଧି ଏହିପରି ଅଷ୍ଟାଙ୍ଗ ଯୋଗ କୁହାଯାଏ । ଏପରି ଭାବେ ବିଭିନ୍ନ ପର୍ଯ୍ୟାୟ ଯୋଗ ରହିଛି ।

ତେବେ ଏହି ପର୍ଯ୍ୟାୟ ଭିତରୁ ନିୟମ ପର୍ଯ୍ୟାୟରେ ରହିଛି ବସ୍ତ୍ର ଧୌତି ନିୟମ । ଏହାକୁ କଲେ ଶରୀରର ସବୁ ବିଜାତୀୟ ପଦାର୍ଥ ପଦାକୁ ଆସିବା ସହ ଶରୀର ସୁସ୍ଥ ରହିଥାଏ। ତେବେ ଏହି ନିଆରା ଯୋଗ ଖୁବ କମ ଦେଖିବାକୁ ମିNfଥାଏ ।

କାରଣ ଏହାକୁ ଶିଖିବାକୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡିଥାଏ । ଏହି ବିଶେଷ ଯୋଗ ନିୟମରେ ବ୍ୟବହାର 12 ହାତ ଅବା 18 ହାତ ଏକ ବସ୍ତ୍ର ତଥା ଧୋତିକୁ ପାଣିରେ ବୁଡାଇବା ପରେ ଧୀର ପାଟିରେ ଶରୀର ଭିତରକୁ ନବାକୁ ପଡେ । ଯାହାକି ଅତ୍ୟନ୍ତ କଠିନ କାର୍ଯ୍ୟ।

ତେବେ ପୁରୀରରେ ରହୁଥିବା ସନ୍ଥ ଭକ୍ତ ଚରଣ ଦାସ ଏହା କରି ଦେଖାଇଛନ୍ତି । ଯାହାକି ବେଶ ଆଶ୍ଚର୍ଯ୍ୟ ଜନକ । ତାଙ୍କୁ 80 ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଯୋଗ ନିୟମର ଏହି କଠିନ କାର୍ଯ୍ୟକୁ ନିରନ୍ତର ଅଭ୍ୟାସ ବଳରେ କରିପାରିଛନ୍ତି । ସେହିପରି ଗୋଟିଏ ଗୋଡରେ ଜଳ ନେଇ ଗୋଟିଏ ନାକ ପୁଡାରେ ଢାଳି ଅନ୍ୟ ନାକପୁଡାରେ ଜଳ ବାହାର କରି ପାରୁଛନ୍ତି ।

ଯାହାକୁ ଯୋଗରେ ଜଳ ନେତି କୁହାଯାଏ। ତେବେ ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଲଙ୍ଗୁଳି ମଠରେ ବାବା ଭକ୍ତ ଚରଣ ଦାସ ରହି ମହାପ୍ରଭୁଙ୍କ ସେବା କରୁଥିବା ବେଳେ ପ୍ରତିଦିନ ସକାଳୁ ଏହି ନିଆରା ଯୋଗ ନିୟମ କରନ୍ତି। ଆସନ୍ତୁ ଏହି ନିଆରା ଯୋଗ ନିୟମର କିଛି ଝଲକ ଦେଖିବା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.