ETV Bharat / city

ମହୋଦଧିରେ ପାପ ଧୋଇଲେ କଂସ ମହାରାଜ - Bargargh kansa

ମହୋଦଧିରେ ପାପର ପାୟଶ୍ଚିତ କରିଛନ୍ତି କଂସ ମହାରାଜ । କଂସ ଅଭିନୟ ସମୟରେ ପ୍ରଭୁ କୃଷ୍ଣଙ୍କୁ ଅପମାନିତ ଓ ବଧ କରିବାକୁ ଉଦ୍ୟମ କରିଥିବା ହେତୁ ସେ ଏହି ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି । ଅଧିକ ପଢନ୍ତୁ...

kansa at puri
ମହୋଦଧିରେ ପାପ ଧୋଉଛନ୍ତି କସଂ ମହାରାଜ
author img

By

Published : Jan 11, 2020, 4:46 PM IST

ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ବରଗଡ଼ ଧନୁଯାତ୍ରାର କଂସ ମହାରାଜ । ଧନୁଯାତ୍ରା ସରିବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଞ୍ଚିଛନ୍ତି । କଂସ ଅଭିନୟ ସମୟରେ ପ୍ରଭୁ କୃଷ୍ଣଙ୍କୁ ଅପମାନିତ ଓ ବଧ କରିବାକୁ ଉଦ୍ୟମ କରିଥିବା ହେତୁ ସେ ଏହି ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି ।

ମହୋଦଧିରେ ପାପ ଧୋଉଛନ୍ତି କସଂ ମହାରାଜ

ପ୍ରଥମେ ଶଙ୍କରାଚାର୍ଯ୍ୟ ମଠକୁ ଯାଇ ଗୁରୁଜୀଙ୍କ ପାଦ ସ୍ପଶ କରିବା ସହ ମହୋଦଧିରେ ବୁଡ଼ ପକାଇଛନ୍ତି କଂସ । ଏଥିସହିତ ପଇତା ବିସର୍ଜନ କରବା ସହ ପ୍ରଭୂ ସୂର୍ଯ୍ୟଙ୍କୁ ପାଣି ଦେଇ ତର୍ପଣ କରିଛନ୍ତି ।

କଂସ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନଙ୍କ କହିବା କଥା ସାଧାରଣ ମଣିଷ ପକ୍ଷେ ପ୍ରଭୁ କୃଷ୍ଣଙ୍କୁ ବଧ କରିବା ଅସମ୍ଭବ । ସେହିପରି ଧନୁ ଯାତ୍ରା ବେଳେ ସେ ଅଭିନୟରେ ପ୍ରଭୂ କୃଷ୍ଣ ଓ ବଳରାମ ଅନେକ ତିରସ୍କାର କରିଛନ୍ତି । ଯାହାକି ମହାପାପ । ଏଣୁ ସେ ନିମିତ୍ତ ମଣିଷଟିଏ ହୋଇଥିବାରୁ ଅଭିନୟ ସମୟରେ କରିଥିବା ପାପର ପ୍ରାୟଶ୍ଚିତ
କରିବା ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି ।

ପ୍ରଥମେ ମହୋଦଧିରେ ସ୍ନାନ ପରେ ଅପରାହ୍ନରେ ଶ୍ରୀମନ୍ଦିର ଯାଇ ପ୍ରଭୂ ଜଗନ୍ନାଥ, ବଳଭଦ୍ରଙ୍କୁ ଦର୍ଶନ କରି ତାଙ୍କର ପାପ ମୋଚନ ନେଇ ପ୍ରାର୍ଥନା କରିବେ । ପ୍ରତିବର୍ଷ ବରଗଡ଼ ଧନୁଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ରୀକ୍ଷେତ୍ର ଆସି ମହୋଦଧିରେ ସ୍ନାନ ସହ ମହାପ୍ରଭୁଙ୍କ ଦର୍ଶନ କରିବା ପରମ୍ପରା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ରେ କସଂ ମହାରାଜ

Body:ପୁରୀ ରେ ଆସି ପହଂଚି ଛନ୍ତି ବରଗଡ଼ ଧନୁଯାତ୍ରା ର କଂସ ମହାରାଜ। ଧନୁଯାତ୍ରା ସରିବା ପରେ କସଂ ଭୂମିକା ରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପାପ ର ପ୍ରାୟଶ୍ଚିତ ପାଇଁ ଆସି ଛନ୍ତି ଶ୍ରୀକ୍ଷେତ୍ର। କସଂ ଅଭିନୟ ସମୟ ରେ ପ୍ରଭୁ କୃଷ୍ଣ ଙ୍କୁ ଅପମାନିତ ଓ ବଧ କରିବାକୁ ଉଦ୍ୟମ କରିଥିବା ହେତୁ ଏହି ପାପ ର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି । ପ୍ରଥମେ ଶଙ୍କରାଚାର୍ଯ୍ୟ ମଠ କୁ ଯାଇ ଗୁରୁଜୀ ଙ୍କ ପାଦ ସ୍ପଶ କରିବା ସହ ମହୋଦଧି ରେ ବୁଡ଼ ପକାଇ ଛନ୍ତି। ଏଥି ସହିତ ପାଇତା ବିସର୍ଜନ କରବା ସହ ପ୍ରଭୂ ସୂର୍ଯ୍ୟ ଙ୍କୁ ପାଣି ଦେଇ ନମସ୍କାର କରିଛନ୍ତି। କସଂ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଙ୍କ କହିବା କଥା ସାଧାରଣ ମଣିଷ ପକ୍ଷେ ପ୍ରଭୁ କୃଷ୍ଣ ଙ୍କୁ ବଧ କରିବା ଅସମ୍ଭବ। ସେହିପରି ଧନୁ ଯାତ୍ରା ବେଳେ ସେ ଅଭିନୟ ରେ ପ୍ରଭୂ କୃଷ୍ଣ ଓ ବଳରାମ ଅନେକ ତିରସ୍କାର କରିଛନ୍ତି। ଯାହାକି ମହା ପାପ। ଏଣୁ ସେ ନିମିତ୍ତ ମଣିଷ ଟିଏ ହୋଇ ଥିବାରୁ ଅଭିନୟ ସମୟ ରେ କରିଥିବା ପାପ ର ପ୍ରାୟଶ୍ଚିତ କରିବା ପାଇଁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଛନ୍ତି। ପ୍ରଥମେ ମହୋଦଧି ରେ ସ୍ନାନ ପରେ ଅପରାହ୍ନ ରେ ଶ୍ରୀମନ୍ଦିର ଯାଇ ପ୍ରଭୂ ଜଗନ୍ନାଥ , ବଳଭଦ୍ର ଙ୍କୁ ଦର୍ଶନ କରି ତାଙ୍କର ପାପ ବିମୋଚନ ନେଇ ପ୍ରାର୍ଥନା କରିବେ। ପ୍ରତିବର୍ଷ ବରଗଡ଼ ଧନୁଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ରୀକ୍ଷେତ୍ର ଆସି ମହୋଦଧି ରେ ସ୍ନାନ ସହ ମହାପ୍ରଭୁଙ୍କ ଦର୍ଶନ କରିବା ପରମ୍ପରା ରହିଛି।

ବାଇଟ,, ଭୁବନେଶ୍ୱର ପ୍ରଧାନ ,, କଳାକାର

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.