ETV Bharat / city

ଆଜି ମହାପ୍ରଭୁଙ୍କ ବନକଲାଗି: ଅପରାହ୍ନ ୪ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ

author img

By

Published : Feb 23, 2022, 7:54 AM IST

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଅପରାହ୍ନ ୫ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ । ଅଧିକ ପଢନ୍ତୁ

ଆଜି ମହାପ୍ରଭୁଙ୍କ ବନକଲାଗି: ଅପରାହ୍ନ ୪ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ମହାପ୍ରଭୁଙ୍କ ବନକଲାଗି: ଅପରାହ୍ନ ୪ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ୩ ଘଣ୍ଟାର ନୀତି ପାଇଁ ଆଜି ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୫ଟା ଠାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ଦ୍ଵିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।

ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଚମକିବ । ଏହା ଏକ ଗୁପ୍ତ ସେବା ଓ ପ୍ରାୟ ୩ ଘଣ୍ଟାର ନୀତି ହୋଇଥିବା କାରଣରୁ ଆଜି ଅପରାହ୍ନ ୫ଟା ଠାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ପରମ୍ପରା ଅନୁଯାୟୀ ବୁଧବାର ଦିନ ବନକଲାଗି ହୋଇଥାଏ । ଦ୍ବିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.