ETV Bharat / city

ବାହୁଡିବେ କାଳିଆ ସାଆନ୍ତେ, ଦକ୍ଷିଣ ମୋଡ ନେଲା ତିନି ରଥ - ବାହୁଡା ପ୍ରସ୍ତୁତି ପୁରୀ

ଦକ୍ଷିଣ ମୋଡ ନେଲା ତିନି ରଥ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି ଆରମ୍ଭ । ଅଧିକ ପଢନ୍ତୁ

ବାହୁଡିବେ ତିନି ଠାକୁର, ଦକ୍ଷିଣ ମୋଡ ନେଲା ତିନି ରଥ

author img

By

Published : Jul 6, 2022, 4:11 PM IST

ପୁରୀ: ବାହୁଡିବେ ତିନି ଠାକୁର, ଦକ୍ଷିଣ ମୋଡ ନେଲା ତିନି ରଥ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବାହୁଡା ପ୍ରସ୍ତୁତି ଆରମ୍ଭ ।ଗତକାଲି(ମଙ୍ଗଳବାର) ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହେବା ପରେ ଆଜି ଷଷ୍ଠୀରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି ।

ବାହୁଡିବେ ତିନି ଠାକୁର, ଦକ୍ଷିଣ ମୋଡ ନେଲା ତିନି ରଥ

ପରମ୍ପରା ଅନୁଯାୟୀ, ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ମହାପ୍ରଭୁ ସାଙ୍ଗରେ ନନେଇ ଆଡପ ମଣ୍ଡପ ବିଜେ କରିଥିବାରୁ ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି । ହେରା ପଞ୍ଚମୀ ତିଥିରେ ନନ୍ଦିଘୋଷ ରଥ ଭାଙ୍ଗିବାର ନିଆରା ପରମ୍ପରା ଅନୁଷ୍ଠିତ ହୋଇଛି । ଏହାପରେ ମହାପ୍ରଭୁ ବଡଭାଇ ବଳଭଦ୍ରଙ୍କୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ମାଗିବାର ପ୍ରଥା ରହିଛି । ପ୍ରଥା ଆଧାରରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି । ଚଳିତ ବର୍ଷର ଏହି ପରମ୍ପରା ସମ୍ପନ୍ନ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.