ETV Bharat / city

ବାହୁଡିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ

author img

By

Published : Jul 1, 2020, 9:44 PM IST

ନବ ଦିନାତ୍ମକ ଯାତ୍ରା ସାରି ବାହୁଡିଲେ ଶ୍ରୀଜୀଉ । ସିଂହଦ୍ବାର ସମ୍ମୁଖରେ ଲାଗିଛି ତିନି ରଥ । ଗୁରୁବାର ସୁନାବେଶ । ଅଧିକ ପଢନ୍ତୁ...

ବାହୁଡିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ
ବାହୁଡିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ

ପୁରୀ: କୋରୋନା କାଳରେ ମହାପ୍ରଭୁଙ୍କ ମହାଲୀଳା । ଲୀଳାପୁରୁଷ ପୁରୁଷୋତ୍ତମଙ୍କ ମହୋତ୍ସବ । ଆଷାଢ ଶୁକ୍ଲ ଦଶମୀରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାହୁଡାଯାତ୍ରା । ନଅ ଦିନ ରହଣି ପରେ, ରଥରେ ଚଢି ଜନ୍ମବେଦୀ ଛାଡି ଶ୍ରୀମନ୍ଦିରକୁ ଫେରି ଆସନ୍ତିଛନ୍ତି ତିନି ଠାକୁର । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଭକ୍ତ ଶୂନ୍ୟ ରହିଥିଲା ବଡଦାଣ୍ଡ । ହେଲେ ପବିତ୍ର ବାହୁଡା ଯାତ୍ରାକୁ ସ୍ବଗୃହରେ ରହି ଦର୍ଶନ କରି ଧନ୍ୟ ହୋଇଛନ୍ତି ଭକ୍ତଜନ ।

ବିଶ୍ବ ପ୍ରସିଦ୍ଧ, ବିଶ୍ବ ବିଦିତ ପବିତ୍ର ବାହୁଡା ଯାତ୍ରା ପାଇଁ ବ୍ରାହ୍ମ ମୁହୂର୍ତ୍ତରୁ ମହାପ୍ରଭୁଙ୍କ ଆଡପ ମଣ୍ଡପରେ ମଙ୍ଗଳଆଲତୀ, ମଇଲମ, ତଡ଼ପ ଲାଗି, ରୋଷହୋମ ଓ ଅବକାଶ ନୀତି ହୋଇଥିଲା । ଏହାପରେ ଦ୍ବାରପାଳ ପୂଜା ଓ ବଡ ଦିଅଁଙ୍କ ବେଶ ଶେଷ ହୋଇଥିଲା । ଏଥିରେ ଶେଷ ଥର ପାଇଁ ଗୁଣ୍ଡିଚା ରାଣୀଙ୍କ ହାତରୁ ଖେଚେଡି ଭୋଗ ଖାଇ ରତ୍ନବେଦୀ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ ତିନି ଠାକୁର । ଏହାପରେ ଆରମ୍ଭ ହୋଇଥିଲା ଦିବ୍ୟ, ଭବ୍ୟ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା । ଶେଷରେ ମହାପ୍ରଭୁ ଶ୍ରୀକ୍ଷେତ୍ର ସାଆନ୍ତେ ଟାହିଆ ହଲେଇ, ଝୁଲେଇ ପହଣ୍ଡିରେ ଆସି ନନ୍ଦିଘୋଷରେ ବିରାଜି ଥିଲେ ।

ଏହାପରେ ପରେ ଛେରାପହଁରା ନିମନ୍ତେ ଶ୍ରୀନଅରରୁ ବାହାରି ବଡଦାଣ୍ଡ ଅଭିମୁଖେ ଯାତ୍ରା କରିଥିଲେ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୩ ରଥରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା ସୁନା ଝାଡୁରେ ଛେରାପହଁରା କାର୍ଯ୍ୟ । ପରେ ପରେ ଆରମ୍ଭ ହୋଇଥିଲା ଚାରମାଳ ଫିଟା, ଘୋଡା , ସାରଥୀ ବନ୍ଧା ଓ ରଥ ଟଣା । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାର ନାଦରେ ପ୍ରଥମେ ବଡ ଠାକୁର ବଳିଆରଭୁଜ, ଶେଷନାଗ, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ବଡଦାଣ୍ଡରେ ଘର୍ଘର ନାଦ କରି ଗଡିଥିଲା ..ପଛେପଛେ ଦେବୀ ହଳଦୀ ମୁହିଁ ସୁନାଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ ଦେଉଳ ଅଭିମୁଖେ ଯାତ୍ରା କରିଥିଲା । ସର୍ବଶେଷରେ ବଡ ଦେଉଳ ଆଡକୁ ମାଡି ଆସିଥିଲା ନନ୍ଦିଘୋଷ ।

ଏହାପରେ ମହାପ୍ରଭୁ ଅଟକଥିଲେ ତାଙ୍କ ମାଉସୀଙ୍କ ଘର ଆଗରେ । ଏଠାରେ ମାଉସୀ ମାଆଙ୍କର ପୋଡ଼ପିଠା ଲାଗି ହୋଇ ସାରିବାପରେ ନନ୍ଦିଘୋଷ ରଥ ପୁଣି ଘଘର୍ର ନାଦରେ ବଡ଼ଦାଣ୍ଡରେ ଗଡ଼ି ଚାଲିଥିଲା । ପରେ ପରେ ଗଜପତିଙ୍କ ନଅର ଆଗରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ସମ୍ପନ୍ନ କରାଯାଇଥିଲା । ଏଥିପାଇଁ ନନ୍ଦିଘୋଷରେ ଅଟକିଥାନ୍ତି ପ୍ରଭୁ । ଲକ୍ଷ୍ମୀନାରାୟଣ ଭେଟ ପରେ ନନ୍ଦିଘୋଷ ବଡ ଦେଉଳ ଅଭିମୁଖେ ଚଳନ କରିଥାଏ । ଶେଷରେ ସୁଚାରୂପେ ସୀମିତ ସେବାୟତଙ୍କ ସହାୟତରେ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ । ଆସନ୍ତା କାଲି ରଥରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସୁନାବେଶ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.