ETV Bharat / city

ଗଣନାରେ ତ୍ରୁଟି: ଚର୍ଚ୍ଚାରେ ମହାପ୍ରଭୁଙ୍କ ବାହୁଡା ଓ ସୁନାବେଶ ତାରିଖ - puri

ଗୋଟିଏ ଦିନରେ ପଡିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା, ସୁନା ବେଶ ଓ ହରିଶୟନ ଏକାଦଶୀ। ଏକା ଦିନରେ ମହାପ୍ରଭୁଙ୍କ ଏହି 3ଟି ନୀତି ପାଳନ ଏବଂ ଏଭଳି ଗଣନା କିଭଳି ସମ୍ଭବ ହେବ ତାହା ଭକ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Feb 9, 2019, 9:18 PM IST

ପୁରୀ: ଚଳିତବର୍ଷ ଗୋଟିଏ ଦିନରେ ପଡିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା, ସୁନା ବେଶ ଓ ହରିଶୟନ ଏକାଦଶୀ । ଯୁଗ ଯୁଗ ଧରି ମହାପ୍ରଭୁଙ୍କ ସୁନାବେଶ ଓ ହରିଶୟନ ଏକା ଦିନରେ ପଡୁଥିବାବେଳେ ଚଳିତ ବର୍ଷର ଓଡିଆ କ୍ୟାଲେଣ୍ଡରରେ ଗଣନା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି।

ବାହୁଡା ଯାତ୍ରା ଦିନ କିଭଳି ଗୁରୁତ୍ୱପୂର୍ଣ୍ଣ ସୁନାବେଶ ଅନୁଷ୍ଠିତ ହେବ ଏବଂ ପ୍ରତିବର୍ଷ ଭଳି ସୁରକ୍ଷା ବ୍ୟବସ୍ଥାରେ ନୀତିକାନ୍ତି ହେବ ତାକୁ ନେଇ ଏବେ ଚର୍ଚ୍ଚା। ଏକା ଦିନରେ ମହାପ୍ରଭୁଙ୍କ ଏହି 3ଟି ନୀତି ପାଳନ ଏବଂ ଏଭଳି ଗଣନା କିଭଳି ସମ୍ଭବ ହେବ ତାହା ଭକ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
undefined

କ୍ୟାଲେଣ୍ଡରରେ ଥିବା ବାହୁଡା ଦିନ ସୁନାବେଶ ତଥ୍ୟକୁ ଜଗନ୍ନାଥ ସଂସ୍କୃତି ଗବେଷକ ଗ୍ରହଣ କରିନାହାଁନ୍ତି। ଗବେଷକଙ୍କ ଅନୁସାରେ, ନୂତନ ପାଞ୍ଜି ଦୋଳ ପୂର୍ଣ୍ଣିମାରେ ପ୍ରଚଳିତ ହେବ। ଏହାକୁ ନେଇ ଲାଗି ରହିଥିବା ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବ। କ୍ୟାଲେଣ୍ଡରର ଗଣନା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । ଏପରିକି ଏଭଳି ଭୁଲ ତଥ୍ୟ ପ୍ରଦାନ କରୁଥିବା କ୍ୟାଲେଣ୍ଡରରେ ଜୁଲାଇ 11 ତାରିଖରେ ସୁଦଶା ଵ୍ରତ ତଥା ଦଶମୀ ବୋଲି ଉଲ୍ଲେଖ ରହିଛି। ଜୁଲାଇ12 ତାରିଖରେ ଏକାଦଶୀ ପଡ଼ିଥିବାରୁ ବାହୁଡା ପରେ ସୁନାବେଶ ହେବ ବୋଲି ଏହି ଗଣନାରୁ ଜଣାପଡୁଛି।

ନୂତନ ପାଞ୍ଜି ପ୍ରଚଳିତ ହେବା ପରେ ଏବଂ ଶ୍ରୀମନ୍ଦିରର ନିଜସ୍ବ ନୀତିକାନ୍ତି ପଞ୍ଜିକା ପ୍ରକାଶ ପାଇବା ପରେ ହିଁ ଏଭଳି ଗଣନାର ସତ୍ୟତା ସ୍ପଷ୍ଟ ହେବ। ଏଣୁ ବାହୁଡା ଦିନ ସୁନାବେଶ ତିଥି ଗଣନା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି । ଏନେଇ ଭକ୍ତ ମାନେ ଭ୍ରମିତ ହେବାର ଆବଶ୍ୟକ ନାହିଁ ବୋଲି ସେ ମତ ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.