ETV Bharat / city

Bahuda yatra: ସୋମବାରଠୁ ପୁରୀରେ ଲାଗିବ ୧୪୪, ଘର ଘର ହେବ ଲୋକଙ୍କ ସର୍ଭେ - ବାହୁଡା ଯାତ୍ରା

ବାହୁଡା ଯାତ୍ରା ନିମନ୍ତେ ପୁରୀ ସହରରେ ୧୯ ତାରିଖ ସନ୍ଧ୍ୟା ୮ ଘଟିକା ଠାରୁ ୨୧ ତାରିଖ ସନ୍ଧ୍ୟା ୮ଟା ଯାଏଁ ଲାଗୁ ହେବ ୧୪୪ ଧାରା । ଅଧିକ ପଢନ୍ତୁ....

ବାହୁଡା ଯାତ୍ରା ଲାଗି ସୋମବାରଠୁ ପୁରୀରେ ଲାଗିବ ୧୪୪ ଧାରା

author img

By

Published : Jul 17, 2021, 9:11 PM IST

ପୁରୀ: ବାହୁଡା ଯାତ୍ରା ପାଇଁ ପୁରୀରେ ଲାଗିବ ୧୪୪ ଧାରା । ଆସନ୍ତା ୧୯ ତାରିଖ ସନ୍ଧ୍ୟା ୮ ଟାରୁ ୨୧ ତାରିଖ ସନ୍ଧ୍ୟା ୮ ଟା ଯାଏଁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହେବ । ଏହି ସମୟ ମଧ୍ୟରେ ବଡଦାଣ୍ଡ, ବଡଦାଣ୍ତରେ ଥିବା ସମସ୍ତ କୋଠାଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ବାହୁଡା ଯାତ୍ରା ଲାଗି ସୋମବାରଠୁ ପୁରୀରେ ଲାଗିବ ୧୪୪ ଧାରା
ବାହୁଡା ଯାତ୍ରା ଲାଗି ସୋମବାରଠୁ ପୁରୀରେ ଲାଗିବ ୧୪୪ ଧାରା

ବଡଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ଆସନ୍ତା ୧୮ ତାରିଖ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମ୍ପୃକ୍ତ ସଂସ୍ଥା ମାଲିକ ଲିଖିତ ଭାବେ ସ୍ଥାନୀୟ ପୋଲିସକୁ ଅବଗତ କରାଇବେ । ବଡଦାଣ୍ଡରେ ଥିବା ଘରଗୁଡିକରେ ରହୁଥିବା ବାସିନ୍ଦାମାନଙ୍କ ସମ୍ପର୍କରେ ପୌରସଂସ୍ଥା ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଉଛି । କର୍ଫୁ ସମୟରେ ବିନା କାରଣରେ ତାଲିକାଭୁକ୍ତ ନଥିବା ବ୍ୟକ୍ତି ଉକ୍ତ ସ୍ଥାନରେ ରହୁଥିବା ଜଣାପଡିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ । ଏହି ସମୟ ମଧ୍ୟରେ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଲାଗିଛି । କୌଣସି ଯାତ୍ରୀବାହୀ ବସ ଓ ଟ୍ରେନ ଜିଲ୍ଲା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । କେବଳ ସ୍ବୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଗାଡିକୁ ଛାଡିଦେଲେ ଅନ୍ୟ ଗାଡିଗୁଡିକର ଯାତାୟତ ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ ।

ବଡଦାଣ୍ଡ ବ୍ୟତୀତ ଅନ୍ୟ ସ୍ଥାନରେ କେବଳ ଔଷଧ, ଡାକ୍ତରୀ ଉପକରଣ ଓ ଚଷମା ଦୋକାନ ଖୋଲା ରହିବ । ହୋଟେଲ ଓ ରେସ୍ତୋରାଁଗୁଡିକ ଦ୍ବାରା ହୋମ ଡେଲିଭରି ହୋଇପାରିବ । ବାହାର ଜିଲ୍ଲା ବ୍ୟକ୍ତି ଜିଲ୍ଲା ମଧ୍ୟକୁ ପ୍ରବେଶ ନ କରିବା ପାଇଁ ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ୮ଟି ପ୍ରବେଶ ପଥ ଓ ସହର ବାହାର ବ୍ୟକ୍ତିଙ୍କୁ ପୁରୀ ସହର ପ୍ରବେଶ ବାରଣ ନିମନ୍ତେ ସହର ମଧ୍ୟକୁ ଥିବା ୩ଟି ପ୍ରବେଶ ପଥକୁ ସିଲ କରାଯିବ । କେବଳ ବିଦ୍ୟୁତ ଓ ଜଳ ଯୋଗାଣ, ଟେଲିକମ, ପୋଲିସ ଓ ସୁରକ୍ଷା ପ୍ରଦାନ ସଂକ୍ରାନ୍ତୀୟ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.