ETV Bharat / city

ମହିଳା ଚାଲାଣ ଅଭିଯୋଗରେ ଇଞ୍ଜିନିୟର ପ୍ରେମିକ ଗିରଫ - ଇଞ୍ଜିନିୟର ପ୍ରେମିକ ଗିରଫ

ମହିଳା ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗର ଜଣେ ଯୁବକ ଗିରଫ । ଗିରଫ ପ୍ରେମିକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ମୁର୍ସିଦାବାଦର 32 ବର୍ଷୀୟ ସବୀର ଅଲ୍ଲୀ । ଅଧିକ ପଢନ୍ତୁ...

ମହିଳା ଚାଲାଣ ଅଭିଯୋଗରେ ଇଞ୍ଜିନିୟର ପ୍ରେମିକ ଗିରଫ

author img

By

Published : Nov 2, 2020, 10:24 AM IST

ପୁରୀ: ମହିଳା ଚାଲାଣ ଅଭିଯୋଗରେ ଇଞ୍ଜିନିୟର ପ୍ରେମିକ ଗିରଫ । ଆରପିଏଫର ‘ମେରି ସହେଲି’ ଟିମ ସହାୟତାରେ ମହିଳାଙ୍କୁ କରାଗଲା ଉଦ୍ଧାର । ଗତ 31 ତାରିଖରେ ପୁରୀ ହାଓଡା ଏକ୍ସପ୍ରେସରେ ଭୁବନେଶ୍ବର ଯିବା ବାଟରେ ପୁରୀରେ ଧରାପଡିଥିଲେ । ଗିରଫ ପ୍ରେମିକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ମୁର୍ସିଦାବାଦର 32 ବର୍ଷୀୟ ସବୀର ଅଲ୍ଲୀ ।

ସୂଚନାଯୋଗ୍ୟ, 4 ମାସ ପୂର୍ବରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦନାଥପୁର ଥାନା ଅଞ୍ଚଳର ଜଣେ ମହିଳା(30)ଙ୍କ ନିକଟକୁ ସବୀର ଫେସବୁକ ଫ୍ରେଣ୍ଡ ରିକ୍ୟେଷ୍ଟ ପଠେଇଥିଲେ । ମହିଳା ଜଣକ ଜଣେ ଉଚ୍ଚ ଶିକ୍ଷିତ ହେବା ସହ ପାଠପଢା ସାରି ଘରେ ରହୁଥିଲେ । ଆଉ ଅଧିକାଂଶ ସମୟ ସେ ସୋସିଆଲ ମିଡିଆରେ ବିତାଉଥିଲେ । ସେଠାରୁ ସେ ସବୀରଙ୍କ ସହ ବନ୍ଧୁତା ଆରମ୍ଭ କରିବା ପରେ ତାଙ୍କୁ ଭଲ ପାଇ ବସିଥିଲେ ।

ଏହା ପରେ ଉଭୟ ବିବାହ ପାଇଁ ସହମତି ପ୍ରକାଶ କରି ଘରୁ ପଳେଇବାକୁ ହେବାକୁ ଉଦ୍ୟମ କରିଥିଲେ । ଗତ 30 ତାରିଖରେ ସବୀର ବ୍ରହ୍ମପୁର ଆସି ମହିଳାଙ୍କ ସହ ଫେରାର ହୋଇଯାଇଥିଲେ । ପରେ ଯୁବତୀଙ୍କୁ ନ ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ବିଭିନ୍ନ ପୋଲିସ ଷ୍ଟେସନରେ ଫଟୋ ଦିଆଯାଇଥିଲା ।

ଗତ 31 ତାରିଖରେ ଉଭୟ ଭୁବନଶ୍ବର ଯିବାକୁ ପୁରୀ-ଏକ୍ସପ୍ରେସ ହାୱଡାରେ ଚଢିଥିଲେ । ଯେମିତି କେହି ଚିହ୍ନ ପାରିବେ ନାହିଁ ସେନେଇ ମହିଳାଙ୍କୁ ସେ କଳା ବୁର୍ଖା ପିନ୍ଧାଇଥିଲେ । ପରେ ଟ୍ରେନରେ ବୁର୍ଖା ବଦଳାଇବା ସମୟରେ ଆରପିଏଫର ‘ମେରି ସହେଲି’ଟିମ ସନ୍ଦେହ ପ୍ରକାଶ କରିଥିଲେ । ପରେ ସେମାନଙ୍କୁ ପଚାର ଉଚରା କରିବେ ପରେ ସତ ଜଣାପଡିଥିଲା । ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଥିଲେ । ଅନ୍ୟପଟେ ଆରପିଏଫ ପୋଲିସ ପ୍ରେମିକ ସବୀର ନାଁରେ ମହିଳା ଚାଲାଣ ଅଭିଯୋଗରେ ଗରିଫ କରି କୋର୍ଟ ଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.