ETV Bharat / city

ରତ୍ନବେଦୀକୁ ଫେରିବେ ମହାବାହୁ: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ - ପୁରୀ ଖବର

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ । ଶୀଘ୍ର ରଥ ଟଣା ହେବା ନେଇ ନିଷ୍ପତ୍ତି । ଶ୍ରୀମନ୍ଦିର ଗର୍ଭ ଗୃହ, ନାଟ ମଣ୍ଡପ, ଜଗ ମୋହନର ଆବଶ୍ୟକ ଅନୁଯାୟୀ ମରାମତି ଶେଷ । ଅଧିକ ପଢ଼ନ୍ତୁ

ରଥଯାତ୍ରା ୨୦୨୨: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

author img

By

Published : Jul 8, 2022, 5:53 PM IST

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶୀଘ୍ର ରଥ ଟଣା ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ । ଦିନ ୧୨ରୁ ପହଣ୍ଡି ଆରମ୍ଭ ହେବା ସହ ଅପରାହ୍ନ ୪ରୁ ରଥ ଟାଣିବେ ଭକ୍ତ । ସଠିକ ସମୟରେ ନୀତିକାନ୍ତି ସରିବା ପାଇଁ ହୋଇଛି ନିଷ୍ପତ୍ତି । ସେପଟେ ରଥ ଉପରେ ମୋବାଇଲରେ ଫୋଟୋ ଉଠାଇବା ନେଇ କଟକଣା ଜାରି କରାଯାଇଛି ।

ରଥଯାତ୍ରା ୨୦୨୨: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତାକାଲି (ଶନିବାର) ଭୋର ୪ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ବାହୁଡ଼ା ପହଣ୍ଡି ଦିନ ୧୨ରୁ ଆରମ୍ଭ ହେବ । ପରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯୟୀ ତିନି ରଥରେ ଆବଶ୍ୟକ ମରାମତି ସରିଛି । ମହାପ୍ରଭୁଙ୍କୁ ଦେଖିବାରେ ଭକ୍ତ ମାନଙ୍କର ଅସୁବିଧା ନହେବା ପାଇଁ ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ଉପସ୍ଥିତ ରହିବେ ।

ବାହୁଡା ଯାତ୍ରା ନୀତି ନିର୍ଘଣ୍ଟ

ତେବେ ଶ୍ରୀମନ୍ଦିର ଗର୍ଭ ଗୃହ, ନାଟ ମଣ୍ଡପ, ଜଗ ମୋହନର ଆବଶ୍ୟକ ଅନୁଯାୟୀ ମରାମତି ଏଏସଆଇ ପକ୍ଷରୁ କରାଯାଇଛି । ଶ୍ରୀମନ୍ଦିର ରୋଷ ଘର ଚଟାଣ ମରାମତି କରଯାଇଛି । କଳାହାଟ ଦ୍ଵାରର ରୂପା ଛାଉଣୀ କାର୍ଯ୍ୟ ଆସନ୍ତା ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.