ETV Bharat / city

ପୁରୀରେ ଆୟୋଜନ ହେବ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟାନସିପ

ପୁରୀରେ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ନିଳାଦ୍ରୀ ବେଳାଭୂମିରେ ଅନୁଷ୍ଠିତ ହେବ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟାନସିପ୍ । ଅଧିକ ପଢନ୍ତୁ...

all odisha beach wristling chamionship to be held in Puri
ପୁରୀରେ ଆୟୋଜନ ହେବ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟାନସିପ
author img

By

Published : Oct 24, 2021, 9:13 PM IST

ପୁରୀ: ବିଚରେ ଆୟୋଜନ ହେବ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟାନସିପ । ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟାନସିପ୍ ଅନୁଷ୍ଠିତ ହେବ । ଏ ସଂପର୍କରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପୁରୀରେ ଆୟୋଜନ ହେବ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟାନସିପ

ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଜାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟାନସିପ୍ ଆୟୋଜନ କରାଯିବ। ଉକ୍ତ ଦୁଇଦିନ ଅପରାହ୍ନ ୪ ଘଟିକା ସହ ୨୬ ତାରିଖ ସକାଳ ୭ ଘଟିକାରେ ଏହି ପ୍ରତିଯୋଗିତା ହେବ । ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଊର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା , ପୁରୁଷ ଏବଂ ମହିଳା ବିଭାଗରେ ପ୍ରତିଯୋଗିତା ହେବ । ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ୍ସ କିଟ ପ୍ରଦାନ କରାଯିବ । ଏଥିରେ ସାରା ରାଜ୍ୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେବେ । ମ୍ୟାଚ ପରିଚାଳନା ପାଇଁ ୩୦ ଜଣ ଅଫିସିଆଲ ଓ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ ।

ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ରବି ଶଙ୍କର ପ୍ରତିହାରୀ, ଫିଡବ୍ୟାକ ଫାଉଣ୍ଟେସନର ଶ୍ରୀ ଜ୍ୟୋତିପ୍ରକାଶ, ଓଏସଡି ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.