ETV Bharat / city

ଜଗତକୁ ମଙ୍ଗଳମୟ ବାର୍ତ୍ତା ଦିଏ ମହାପ୍ରଭୁଙ୍କ ଟାହିଆ - ପୁରୀ

କଳା ଠାକୁରଙ୍କ ରୂପକୁ ଆହୁରି ଆକର୍ଷଣୀୟ କରେ ରଥଯାତ୍ରା ଓ ସ୍ନାନ ଯାତ୍ରା ସମୟରେ ସେ ମଥାରେ ଧାରଣ କରୁଥିବା ଟାହିଆ । ସ୍ନାନ ଯାତ୍ରାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ 24 ଟାହିଆକୁ ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ଯୋଗାଇଥାନ୍ତି ରଘୁ ଅରକ୍ଷିତ ରାଘବ ଦାସ ମଠ । ଜାଣନ୍ତୁ ଏହି ଟାହିଆର ସ୍ବତନ୍ତ୍ରତା...

Tahia of lord jagannath, tahia given by raghaba das mutt, rath yatra, ଶ୍ରୀଗୁଣ୍ଡିଚା ଯାତ୍ରା, ସ୍ନାନ ଯାତ୍ରା, ଟାହିଆର ସ୍ବତନ୍ତ୍ରତା, ସୁଭଦ୍ରାଙ୍କ ଟୋପର, ପୁରୀ, puri
ଜଗତକୁ ମଙ୍ଗଳମୟ ବାର୍ତ୍ତା ଦିଏ ମହାପ୍ରଭୁଙ୍କ ଟାହିଆ
author img

By

Published : Jul 8, 2021, 7:04 AM IST

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଯେତିକି ସ୍ବତନ୍ତ୍ର ଠିକ ସେତିକି ଚିତାକର୍ଷକ ତାଙ୍କର ବିଭିନ୍ନ ବେଶ ଓ ଅଳଙ୍କାର । ସେ ବଡ଼ ଶୃଙ୍ଗାର ବେଶ ହେଉ, ଗଜାନନ ବେଶ ହେଉ କି ସୁନା ବେଶ । ଯେଉଁ ବେଶରେ ହେଉ ମହାପ୍ରଭୁଙ୍କୁ ଦେଖି ଭକ୍ତର ଆଖି ଲାଖିଯାଏ। ତେବେ କଳା ଠାକୁରଙ୍କ ରୂପକୁ ଆହୁରି ଆକର୍ଷଣୀୟ କରେ ରଥଯାତ୍ରା ଓ ସ୍ନାନ ଯାତ୍ରା ସମୟରେ ସେ ମଥାରେ ଧାରଣ କରୁଥିବା ଟାହିଆ । ମହାପ୍ରଭୁ ସ୍ନାନ ମଣ୍ଡପକୁ ବିଜେ, ଅଣସର ପିଣ୍ଡିକୁ ବିଜେ, ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ବିଜେ, ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ଗମନ, ବାହୁଡାରେ ଆଡ଼ପ ମଣ୍ଡପରୁ ରଥ ଉପରକୁ ବିଜେ ଓ ଶେଷରେ ନିଳାଦ୍ରୀ ବିଜେ ସମୟରେ ଶ୍ରୀଜୀଉ ମାନେ ମସ୍ତକରେ ଟାହିଆ ଧାରଣ କରିଥାନ୍ତି । ସ୍ନାନ ଯାତ୍ରାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ 24 ଟାହିଆକୁ ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ଯୋଗାଇଥାନ୍ତି ରଘୁ ଅରକ୍ଷିତ ରାଘବ ଦାସ ମଠ ।

ଜଗତକୁ ମଙ୍ଗଳମୟ ବାର୍ତ୍ତା ଦିଏ ମହାପ୍ରଭୁଙ୍କ ଟାହିଆ

କୁହାଯାଏ ଯେ ଟାହିଆ ଶବ୍ଦ ଟି ଆଦିବାସୀ ମାନଙ୍କର ଟାୟାଁ ବା ଟାଇଆ ଶବ୍ଦରୁ ଆସିଛି । ଯାହାର ଅର୍ଥ ହେଉଛି ଫୁଲରେ ନିର୍ମିତ ଶିର ଭୂଷଣ ।

କିମ୍ବଦନ୍ତୀ ଅନୁସାରେ ଏକଦା ରଘୁ ଅରକ୍ଷିତ ସାଧନା କାଳରେ ଉତ୍ତପ୍ତ ବାଲି ଉପରେ ଧ୍ୟାନରତ ଥିବା ବେଳେ ଠାକୁର ସ୍ବୟଂ ଗୋପାଳ ବେଶରେ ତାଙ୍କ ମୁଣ୍ଡ ଉପରେ ଛତ୍ର ଢ଼ାଙ୍କି ଥିଲେ । ତେଣୁ କୃତଜ୍ଞତାର ସ୍ମାରକୀ ସ୍ବରୂପ ରଘୁ ଅରକ୍ଷିତ ବା ରାଘବ ଦାସ ମଠ ପ୍ରଭୁଙ୍କ ପାଇଁ ଏହି ଟାହିଆ ଯୋଗାଇ ଦିଅନ୍ତି । ବାଉଁଶ ପାତିଆ, ବେତ, କଇଥ ଅଠା, ଜରି, ଜମ୍ବୁରା, କନା, କଦଳୀ ପଟ, ସୂତା, ପଇତା, ସୋଲ, ତୁଳସୀ, ମାଳତୀ, ପଦ୍ମ, ରଙ୍ଗଣୀ, କିଆ ଓ ଟଗର ଫୁଲ, ଦୁବ ଆଦିରେ ଏହି ଟାହିଆ ପ୍ରସ୍ତୁତ ହୋଇଥାଏ । ଧଳା ଫୁଲରେ ସଜଡା କୁଞ୍ଚରେ ନାଲୀ ରଙ୍ଗଣୀର ଶୋଭା ଅତ୍ୟନ୍ତ ଲୋଭନୀୟ ହୋଇଥାଏ । ଅଶ୍ବତ୍ଥ ପତ୍ରକାର ଏହି ଟାହିଆର ନିମ୍ନ ଦେଶରେ ଥାଏ ତୁଳସୀର ଗୁଚ୍ଛ ଆଉ ଶୀର୍ଷରେ ଶୋଭା ପାଏ ଦୁବଗୁଚ୍ଛ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପାଇଁ ବଡ଼ ଟାହିଆ ପ୍ରସ୍ତୁତ ହେଉଥିବା ବେଳେ ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ପାଇଁ ଟୋପର ଆକୃତିର ଟାହିଆ ପ୍ରସ୍ତୁତ ହୁଏ ।

ରାଜା ମହାରାଜା ମାନେ ମହାପ୍ରଭୁଙ୍କ ପାଇଁ ଆରମ୍ଭ କରିଥିବା ଏହି ନିଆରା ବେଶ ଆଜି ପର୍ଯ୍ୟନ୍ତ ପ୍ରଚଳିତ । ଏହି ଟାହିଆ ସାରା ଜଗତ ପାଇଁ ମଙ୍ଗଳମୟ ବାର୍ତ୍ତା ବହନ କରେ ବୋଲି କୁହନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ। ଶ୍ବେତ ପୁଷ୍ପ ମାଳର ମନୋଲୋଭା ସମ୍ଭାର ସହ ମହାପ୍ରଭୁଙ୍କ ମଥାରେ ଶୋଭା ପାଉଥିବା ଟାହିଆ ଦୋହଲି ଦୋହଲି କହୁଥାଏ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.