ETV Bharat / city

ନାଗରାଜ ବାସୁକିଙ୍କ ସହ ରଥ ଟାଣନ୍ତି ଶଙ୍ଖଚୂଡ଼ ଓ ସ୍ବର୍ଣ୍ଣଚୂଡ଼ ନାଗୁଣୀ

author img

By

Published : Jul 11, 2021, 7:03 AM IST

ମହାପ୍ରଭୁଙ୍କ ଲୀଳା ଯେପରି ଅଲୌକିକ ସେହିପରି ଏହି ଦଉଡ଼ିର ତତ୍ତ୍ବ ଓ ତଥ୍ୟ ମଧ୍ୟ ଅଲୌକିକ । ପ୍ରତିବର୍ଷ ରଥଯାତ୍ରାରେ ଲାଗୁଥିବା ଦଉଡ଼ି ନାଗରାଜ ବାସୁକି ଓ ଦୁଇ ନାଗୁଣୀ ଶଙ୍ଖଚୂଡ଼ ଓ ସ୍ବର୍ଣ୍ଣଚୂଡ଼ ବୋଲି ପୁରାଣରେ ରହିଛି ବର୍ଣ୍ଣନା । ଯେଉଁ ଦଉଡ଼ିକୁ ଛୁଇଁ ଭକ୍ତର ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ଜାଣନ୍ତୁ କଣ ରହିଛି ରଥ ଦଉଡ଼ିର ରହସ୍ୟ...

ନାଗରାଜ ବାସୁକିଙ୍କ ସହ ରଥ ଟାଣନ୍ତି ଶଙ୍ଖଚୂଡ଼ ଓ ସ୍ବର୍ଣ୍ଣଚୂଡ଼ ନାଗୁଣୀ
ନାଗରାଜ ବାସୁକିଙ୍କ ସହ ରଥ ଟାଣନ୍ତି ଶଙ୍ଖଚୂଡ଼ ଓ ସ୍ବର୍ଣ୍ଣଚୂଡ଼ ନାଗୁଣୀ

ପୁରୀ: ଆଷାଢ଼ ଦ୍ବିତୀୟା ତିଥିରେ ରତ୍ନବେଦୀ ଛାଡ଼ି ରଥାରୂଢ଼ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି ଆଉ ବଡ଼ଦାଣ୍ଡ ହୋଇଉଠେ ଜଗନ୍ନାଥମୟ । ଏକକାର ହୁଅନ୍ତି ରଥ ଆଉ ପଥ । ରଥ ଉପରେ ଥରୁଟିଏ ଦାରୁବ୍ରହ୍ମଙ୍କୁ ଦେଖିବା ପାଇଁ ଆଉ ଥରେ ରଥ ଦଉଡ଼ି ଛୁଇଁ ସବୁ ପାପ ଧୋଇ ଦେବାର ବିଶ୍ବାସ ଭକ୍ତ ମନରେ ହୁଏ ଯାଗ୍ରତ । ମହାପ୍ରଭୁଙ୍କ ଲୀଳା ଯେପରି ଅଲୌକିକ ସେହିପରି ଏହି ଦଉଡ଼ିର ତତ୍ତ୍ବ ଓ ତଥ୍ୟ ମଧ୍ୟ ଅଲୌକିକ । ପୁରାଣ ବର୍ଣ୍ଣନାନୁଯାୟୀ ଏହି ଦଉଡ଼ି କେବଳ ଦଉଡ଼ି ନୁହନ୍ତି ବଂର ଏକ ନାଗ ଓ ଦୁଇ ନାଗୁଣୀ । ଲୀଳାମୟଙ୍କ ସେବା ପାଇଁ ପ୍ରତିବର୍ଷ ସେମାନେ ଉପସ୍ଥିତ ରହିଥାନ୍ତି ବୋଲି ଉପାକ୍ଷାନ ରହିଛି ।

ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ରଜ୍ଜୁ ହେଉଛନ୍ତି ନାଗରାଜ ବାସୁକି, କାଳିଆ ସାଆନ୍ତାଙ୍କ ନନ୍ଦିଘୋଷ ରଥର ରଜ୍ଜୁ ଶଙ୍ଖଚୂଡ଼ ନାଗୁଣୀ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ରଜ୍ଜୁ ହେଉଛନ୍ତି ସ୍ବର୍ଣ୍ଣ ଚୂଡ଼ ନାଗୁଣୀ । ଏହି ତିନି ରଥ ଦଉଡ଼ିର ପସ୍ତୁତି ପ୍ରଣାଳୀ ହୋଇଥାଏ ସ୍ବତନ୍ତ୍ର । ନଡ଼ିଆ କତାରୁ ଏହା ପ୍ରସ୍ତୁତ ହୋଇଥାଏ । ତିନି ରଥର ତତ୍ତ୍ବବଧାରକଙ୍କ ସୂଚନା ଅନୁଯାୟୀ ପ୍ରତ୍ୟେକ ରଥରେ 4 ଟି ଲେଖାଏଁ ଦଉଡି଼ ଟାଣିବା ପାଇଁ ଲାଗିଥାଏ। ରଥ ଦଉଡିର ଲମ୍ଭ 220 ଫୁଟ ଓ ଗୋଲେଇ ହୋଇଥାଏ 8 ଇଞ୍ଚ।

ଓଡ଼ିଶା କତା ନିଗମ ରଥଯାତ୍ରା ସମୟରେ 20ଟି ଦଉଡ଼ି ଯୋଗାଇ ଦିଅନ୍ତି । 14ଟି ରଥ ଟଣା ଦଉଡ଼ି ସହ 6ଟି କର୍ଡନ ଦଉଡ଼ି ରଥଯାତ୍ରା ପୂର୍ବରୁ ଆସି ପହଁଞ୍ଚିଥାଏ । ପୂର୍ବରୁ ଏହି ଦଉଡ଼ି ମାନ କେରଳରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସୁଥିଲା । ତେବେ ସେଠାରୁ ଆଣିବାରେ ବିଳମ୍ବ ହେଉଥିବାରୁ ବର୍ତ୍ତମାନ ତାହା ପୁରୀ ଜିଲ୍ଲା ଚନ୍ଦନପୁର ନିକଟରେ ଥିବା ଓଡିଶା କତା ନିଗମ ଫ୍ରାକ୍ଟ୍ରିରୁ ତିଆରି ହୋଇ ଅଣାଯାଉଛି।

ମହାପ୍ରଭୁଙ୍କ ସେବାରେ ଦେବ, ଯକ୍ଷ, ଦିଗପାଳ ଅର୍ହନିଶି ଲାଗି ରୁହନ୍ତି । ସେହିଭଳି ସାରା ପୃଥିବୀର ଭାରକୁ ନିଜ ଫଣାରେ ବହନ କରୁଥିବା ବାସୁକି ନାଗ ମଧ୍ୟ ସେବକ ରୂପେ ଆସି ମହାପ୍ରଭଙ୍କ ସେବା କରିଥାନ୍ତି । ରଥର ସେ ରଜ୍ଜୁ ମୁକ୍ତିର ମାର୍ଗ ତାକୁ ଛୁଇଁଦେଲେ ପରମଗତି ପ୍ରାପ୍ତ ହୁଏ ବୋଲି ଭକ୍ତଟି ଧାଇଁ ଆସେ ରଥର ସେ ଦୁଉଡ଼ିକୁ ଛୁଇଁ ପାପମୁକ୍ତ ହେବା ପାଇଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.