ETV Bharat / city

ପୁରୀ ପେଣ୍ଠକଟା ବସ୍ତିରେ କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ - କୋରୋନା ସଂକ୍ରମଣ

କୋରୋନା ଯୋଦ୍ଧାଙ୍କ ଉପରେ ପୁଣି ଆକ୍ରମଣ। ପୁରୀ ପେଣ୍ଠକଟା ତେଲୁଗୁ ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି। ଅଧିକ ଖବର ପଢନ୍ତୁ...

ପୁରୀ ପେଣ୍ଠକଟା ବସ୍ତିରେ କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ

author img

By

Published : Jul 26, 2020, 7:10 PM IST

Updated : Jul 27, 2020, 12:00 AM IST

ପୁରୀ: କୋରୋନା ଯୋଦ୍ଧାଙ୍କ ଉପରେ ପୁଣି ଆକ୍ରମଣ। ପୁରୀ ପେଣ୍ଠକଟା ତେଲୁଗୁ ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି। ପେଣ୍ଠକଟା କଣ୍ଟେନମେଣ୍ଟ ଅଞ୍ଚଳରେ ଆଜି କିଛି ଆଶାକର୍ମୀ, ସ୍ବେଚ୍ଛାସେବୀ 4 ଜଣ କୋରୋନା ପଜିଟିଭ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା ପାଇଁ ପହଞ୍ଚିଥିବାବେଳେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଜଣେ ଏଏନଏମ ଓ ଜଣେ ଆଶାକର୍ମୀ ଆହତ ହୋଇଛନ୍ତି ।

ଏପରିକି ସେଠାରେ ଥିବା କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଅସାମାଜିକ ବ୍ୟକ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ତେଲୁଗୁ ଲୋକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ଜାଣିଶୁଣି କୋରୋନା ପଜିଟିଭ କହି କୋଭିଡ ହସ୍ପିଟାଲକୁ ନେଉଛନ୍ତି। କିନ୍ତୁ ତାଙ୍କ ଲୋକଙ୍କୁ କୋରୋନା ହୋଇନାହିଁ। ଏ ନେଇ କୌଣସି ଲକ୍ଷଣ ମଧ୍ୟ ନାହିଁ। ଏଣୁ ଜୋର ଜବରଦସ୍ତ ପ୍ରଶାସନ ତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ଆଣି ଆଶା ଓ ଏଏନଏମ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ପୁରୀ ପେଣ୍ଠକଟା ବସ୍ତିରେ କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ

ତେବେ ପରେ ପୋଲିସ ଫୋର୍ସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ପାଇଁ ସେବା ଯୋଗାଉ ଥିବା ସ୍ବେଚ୍ଛାସେବୀଙ୍କ କହିବା କଥା, ସରକାର ଲୋକଙ୍କ ଭଲ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ଏପରିକି କୋରୋନା କେତେକ କ୍ଷେତ୍ରରେ ଲକ୍ଷଣ ଥିବାବେଳେ କେତେକ କ୍ଷେତ୍ରରେ ଲକ୍ଷଣ ରହୁନାହିଁ। ଏଣୁ ଲୋକ ମାନେ ପ୍ରଶାସନକୁ ସହଯୋଗ କରିବା ଉଚିତ।

ତେବେ ସ୍ବେଚ୍ଛାସେବୀମାନେ ଏ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଏ ନେଇ ଲୋକଙ୍କୁ ଭୁଲ ବାଟରେ ନେଇ ଆକ୍ରମଣ କରୁଛନ୍ତି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 27, 2020, 12:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.