ETV Bharat / city

Adapa Mandapa Bije Ritual: ଆଡପ ମଣ୍ଡପ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jul 2, 2022, 10:10 PM IST

ଆଜି ସକାଳେ ରଥ ଉପରେ ତିନି ଠାକୁରଙ୍କ ମଙ୍ଗଳ ଆଳତି ପରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ମଧ୍ୟ ସରିଛି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ
ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ

ପୁରୀ: ସରିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭକ୍ତିମୟ ପରିବେଶ ମଧ୍ୟରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶୁକ୍ରବାର ପହଞ୍ଚିଥିଲେ । ପରେ ଆଜି ସକାଳେ ରଥ ଉପରେ ତିନି ଠାକୁରଙ୍କ ମଙ୍ଗଳ ଆଳତି ପରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ମଧ୍ୟ ସରିଛି ।

ପ୍ରଥମେ ସେବକମାନେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଓ ରାମକୃଷ୍ଣଙ୍କୁ ଭକ୍ତିମୟ ପରିବେଶରେ ନନ୍ଦିଘୋଷ ରଥରୁ ଶ୍ରୀଗୁଣ୍ଡିଚା ଘରକୁ ବିଜେ କରାଇଥିଲେ । ପରେ ଗୋଟି ପହଣ୍ଡିରେ ପ୍ରଭୁ ସୁଦର୍ଶନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇଥିଲେ ।

ପରେ ସେହିପରି ତାଳଧ୍ବଜ ରଥରୁ ଗୋଟି ପହଣ୍ଡି କରି ପ୍ରଭୁ ଶ୍ରୀ ବଳଭଦ୍ରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଥିଲା । ବଡ ଭାଇ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କୁ ଭକ୍ତିମୟ ପରିବେଶରେ ଦେବଦଳନ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା । ପ୍ରଭୁ ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରାଙ୍କ ପରେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତିମୟ ପରିବେଶରେ ଗୋଟି ପହଣ୍ଡି କରି ନନ୍ଦିଘୋଷ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିର ତଥା ଆଡପ ମଣ୍ଡପକୁ ବିଜେ କରାଯାଇଥିଲା ।

କରୋନା କଟକଣା ହଟିବା ପରେ ପୁଣି ଥରେ ଲୋକାରଣ୍ୟ ହୋଇପଡିଛି ବଡ ଦାଣ୍ଡ । ଘଣ୍ଟ, ଘଣ୍ଟା, ହୁଳହୁଳି, ଶଙ୍ଖ ନାଦ ସହିତ ଭକ୍ତିମୟ ପରିବେଶରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ତିନି ଠାକୁର ।

ଗୋଟି ପହଣ୍ଡିରେ ପ୍ରଭୁ ଶ୍ରୀ ସୁଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିରକୁ କଲେ ବିଜେ

ରଥ ଉପରୁ ପ୍ରଥମେ ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି । ସେବାୟତଙ୍କ ମେଳରେ ଗହଳି ଲଗେଇ ଜନ୍ମବେଦୀକୁ ବିିଜେ କଲେ ପ୍ରଭୁ ଶ୍ରୀ ସୁଦର୍ଶନ ।

  • ଗୋଟି ପହଣ୍ଡିରେ ପ୍ରଭୁ ଶ୍ରୀ ସୁଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି । #JaiJagannatha#RathaJatra2022 pic.twitter.com/BP8of601uB

    — Shree Jagannatha Temple, Puri (@JagannathaDhaam) July 2, 2022 " class="align-text-top noRightClick twitterSection" data=" ">

ଚାନ୍ଦ ମୁହିଁ ବିଜେ କଲେ ଗୁଣ୍ଡିଚା ମନ୍ଦିର

ସେବାୟତଙ୍କ ସହ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କଲେ ଦେବୀ ସୁଭଦ୍ରା

ଜନ୍ମବେଦୀକୁ ବିଜେ କରୁଛନ୍ତି ବଡଠାକୁର ବଳଭଦ୍ର

ଜନ୍ମବେଦୀକୁ ବିଜେ କଲେ ବଡ଼ଭାଇ ବଳଭଦ୍ର । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ଖଣ୍ଡମଣ୍ଡଳ । ପାରମ୍ପରିକ ବାଦ୍ୟର ତାଳେ ତାଳେ ପ୍ରଭୁ ଶ୍ରୀ ବଳଭଦ୍ର ଗୋଟି ପହଣ୍ଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି ।

  • ତାଳଧ୍ବଜ ରଥରୁ ଶ୍ରୀ ଗୁଣ୍ଡିଚାକୁ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଗୋଟି ପହଣ୍ଡିର ଅପୂର୍ବ ଶୋଭା। #JaiJagannatha#RathaJatra2022 pic.twitter.com/uuQAbpG00Z

    — Shree Jagannatha Temple Office, Puri (@SJTA_Puri) July 2, 2022 " class="align-text-top noRightClick twitterSection" data=" ">

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.