ETV Bharat / city

ଆଡପ ମଣ୍ଡପରେ ବିଜେ କଲେ ମହାପ୍ରଭୁ

author img

By

Published : Jun 24, 2020, 6:37 PM IST

Updated : Jun 24, 2020, 10:43 PM IST

ଶେଷ ହୋଇଛି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ
ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ । ବିଜେ କାହାଳୀ ବାଜିବା ପରେ ପ୍ରଥମେ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କୁ ଗୋଟି ପହଣ୍ଡି କରି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ନିଆଯାଇଥିବାବେଳେ ଏବେ ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କୁ ଗୋଟି ପହଣ୍ଡି କରାଯାଇ ମାଉସୀମା ମନ୍ଦିର ଭିତରକୁ ନିଆଯାଇଛି ।

ଆଡପ ମଣ୍ଡପରେ ବିଜେ କଲେ ମହାପ୍ରଭୁ

ମହାପ୍ରଭୁଙ୍କ ଗୋଟି ପହଣ୍ଡି ସମୟରେ ଘଣ୍ଟଘଣ୍ଟା ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଚତୁଃର୍ଦିଗ । ମଙ୍ଗଳବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିନା ଭକ୍ତରେ ସମସ୍ତ କୋଭିଡ ନିୟମ ମାନି ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 24, 2020, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.