ETV Bharat / city

Donation To Puri Srimandir: ଶ୍ରୀମନ୍ଦିର ପାଣ୍ଠିକୁ 10 ଲକ୍ଷ ଦାନ କଲେ ଭକ୍ତ

author img

By

Published : Dec 25, 2021, 4:41 PM IST

Updated : Dec 25, 2021, 4:47 PM IST

ଶ୍ରୀମନ୍ଦିର ସ୍ଥାୟୀ ଜମା ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କଲେ ଭକ୍ତ । ଏହି ଟଙ୍କାକୁ ଶ୍ରୀମନ୍ଦିର ସ୍ଥାୟୀ ଜମା କର୍ପସ ଫଣ୍ଡରେ ରଖାଯିବ । ଅଧିକ ପଢ଼ନ୍ତୁ

a devotee 10 lakh donate to shree mandir fund
ଶ୍ରୀମନ୍ଦିର ପାଣ୍ଠିକୁ10 ଲକ୍ଷ ଟଙ୍କା ଦାନ କଲେ ଭକ୍ତ

ପୁରୀ: ଶ୍ରୀମନ୍ଦିର ସ୍ଥାୟୀ ଜମା ପାଣ୍ଠିକୁ 10 ଲକ୍ଷ ଟଙ୍କା ଦାନ କଲେ ଭକ୍ତ । ଏହି ଟଙ୍କାକୁ ଶ୍ରୀମନ୍ଦିର ସ୍ଥାୟୀ ଜମା କର୍ପସ ଫଣ୍ଡରେ ଜମା କରାଯିବ ।

ଶ୍ରୀମନ୍ଦିର ସ୍ଥାୟୀ ଜମା ପାଣ୍ଠିକୁ ଜଣେ ଭକ୍ତ 10 ଲକ୍ଷ ଟଙ୍କା ଦାନ କରିଛନ୍ତି । ଭୁବନେଶ୍ବରର ଡା. ସୌମେନ୍ଦ୍ର ମହାନ୍ତି ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି । ତେବେ ଏହି ଟଙ୍କାକୁ ଶ୍ରୀମନ୍ଦିର ସ୍ଥାୟୀ ଜମା କର୍ପସ ଫଣ୍ଡରେ ରଖାଯିବ ।

ସୂଚନା ଅନୁଯାୟୀ, 2021 ମାର୍ଚ୍ଚ ମାସ ସୁଦ୍ଧା ଶ୍ରୀମନ୍ଦିର କର୍ପସ ଫଣ୍ଡରେ ମୋଟ 318.17 କୋଟି ଟଙ୍କା ଜମା ରହିଛି । ଏବଂ ଚଳିତ ବର୍ଷ ଆଉ 60 କୋଟି ଟଙ୍କା ଜମା କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ଏହାଛଡ଼ା କର୍ପସ ଫଣ୍ଡ ସମେତ 3ଟି ସ୍ଥାୟୀ ଜମା ଖାତାରେ ଅନ୍ୟୁନ 7 ଶହ କୋଟି ଟଙ୍କା ଜମା ରହିଛି। ଏହି ଜମା ଟଙ୍କାର ସୁଧ ଅର୍ଥକୁ ଶ୍ରୀମନ୍ଦିରରେ ହେଉଥିବା ବିଭିନ୍ନ ଖର୍ଚ୍ଚରେ ବିନିଯୋଗ କରାଯାଇଥାଏ।

ଏହା ମଧ୍ୟ ପଢନ୍ତୁ: Free Mahaprasad Distribution: ମାଗଣା ମହାପ୍ରସାଦ ବଣ୍ଟନ ପାଇଁ ଭକ୍ତ ଦାନ ଦେଲେ ୨୦ ଲକ୍ଷ

ଏହି ଜମା ପରିମାଣକୁ ଏକ ହଜାର କୋଟି ଟଙ୍କା ପହଞ୍ଚାଇବାକୁ ଟାର୍ଗେଟ ରଖିଛି ଶ୍ରୀମନ୍ଦିର ପ୍ରଶାସନ।

ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 25, 2021, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.