ETV Bharat / city

ଫନି ଇଫେକ୍ଟ: ଆଜିଠୁ 103 ଟ୍ରେନ ବାତିଲ - puri

ସାମୁଦ୍ରିକ ଝଡ 'ଫନି' ଯୋଗୁଁ ଗୁରୁବାର ସଂନ୍ଧ୍ୟାରୁ ପୂର୍ବତଟ ରେଳପଥର 103 ଟ୍ରେନ ବାତିଲ ହୋଇଛି ।

ଫାଇଲ ଫଟୋ
author img

By

Published : May 2, 2019, 11:02 AM IST

Updated : May 2, 2019, 4:49 PM IST

ଭୁବନେଶ୍ୱର: ଗୁରୁବାର ସଂନ୍ଧ୍ୟାରୁ ପୂର୍ବତଟ ରେଳପଥର 103 ଟ୍ରେନ ବାତିଲ । ଭଦ୍ରକ- ବିଜୟନଗରମ ଓ ହାୱାର୍ଡ- ଚେନ୍ନାଇ ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସ୍ଥଗିତ ରହିବ । ଏଥିସହ ପୁରୀରୁ ଆଜି ଠାରୁ ସ୍ବତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ। ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ହାୱଡାରୁ ବେଙ୍ଗାଲୁର, ସିକନ୍ଦରାବାଦ, ଚେନ୍ନାଇ ଯାଉଥିବା ଟ୍ରେନ , ବାତିଲ ହୋଇଛି । ଚେନ୍ନାଇ ପାଇଁ କରମଣ୍ଡଳ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ବର ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏପଟେ ପୁରୀରୁ ହାୱଡ଼ାକୁ ଯିବାକୁ ବଙ୍ଗୀୟ ଯାତ୍ରୀଙ୍କ ପାଇଁ 3ଟି ସ୍ବତନ୍ତ୍ର ଟ୍ରେନ ଟ୍ରାକକୁ ଓହ୍ଲାଇଛି ।

ଶୁକ୍ରବାର ଇଷ୍ଟକୋଷ୍ଟ ରେଲୱେ ଆହୁରି 4ଟି ଟ୍ରେନର ସମୟ ପରିବର୍ତ୍ତନ କରିଛି ।

ସାମୁଦ୍ରିକ ଝଡ 'ଫନି' ସମ୍ପର୍କିତ ସତର୍କତା ଜାରି ହେବା ପରେ ପୁରୀରେ ରହିଯାଇଥିବା ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏହି ଟ୍ରେନର ବ୍ୟବସ୍ଥା କରାଯାଇଛି । ଗୁରୁବାର ମଧ୍ୟାନ୍ନ 12 ଟାରୁ ପୁରୀରୁ ଏକ ସ୍ବତନ୍ତ୍ର ଟ୍ରେନ ସାଲିମାର(କୋଲକାତା)ଅଭିମୁଖେ ଯାତ୍ରା କରିବ । ଏହାକୁ ଛାଡି ଆହୁରି ଦୁଇଟି ଟ୍ରେନ ପୁରୀରୁ କୋଲକାତା ଅଭିମୁଖେ ଗଡିବ ।

ପୁରୀରୁ ସମସ୍ତ ଟ୍ରେନ ଚଳାଚଳ ବାତିଲ ହେବା ପରେ ସେଠାରେ ଫସି ରହିଥିବା ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବଗି ସୁବିଧା ଉପଲବ୍ଧ ରହିଛି । ଏହା ଛଡା ଜେନେରାଲ, ସ୍ଲିପର, ଏସି 3A ଏବଂ2A ବଗିର ସୁବିଧା ମିଳିବ।

କୋଲକାତାକୁ ଛାଡି ପୁରୀରୁ ହାୱାଡା ଅଭିମୁଖେ ଗଡିବ ଅନ୍ୟ ଦୁଇଟି ସ୍ୱତନ୍ତ୍ର ଟ୍ରେନ। ପ୍ରଥମ ଟ୍ରେନଟି ଦିନ 3ଟା ଏବଂ ଦ୍ୱିତୀୟଟି ସନ୍ଧ୍ୟା 6ଟାରେ ପୁରୀରୁ ହାୱଡା ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଯାଜପୁର-କେଉଁଝର ରୋଡ, ଭଦ୍ରକ, ବାଲେଶ୍ବର, ଖଡଗପୁର ହୋଇ ଯାତ୍ରା କରିବ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
Last Updated : May 2, 2019, 4:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.