ETV Bharat / city

କାହିଁକି ରବିବାର ସ୍କୁଲରେ ପାଠ ପଢା ହୁଏ, ସୋମବାର ହୁଏ ଛୁଟି? - ରବିବାର ସ୍କୁଲରେ ପାଠ ପଢା

କେନ୍ଦୁଝର ଜିଲ୍ଲା ଦେଓଗାଁ ସର୍କଲର 42ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଛୁଟିଦିନ ଥିଲେ ମଧ୍ୟ ସକାଳୁଆ ସ୍କୁଲ ହେଉଛି । ସୋମବାର ବନ୍ଦ ରୁହେ ବିଦ୍ୟାଳୟ । ସୋମବାର ସାପ୍ତାହିକ ହାଟ,  କୁଶଳେଶ୍ବର ମହାଦେବ ମନ୍ଦିର ଭିଡ ପାଇଁ ବଦଳିଯାଇଛି ସରକାରୀ ନିୟମ । ରବିବାର ସ୍କୁଲ ଖୋଲା, ସୋମବାର ଛୁଟି ।

ଡିଜାଇନ ଫଟୋ
author img

By

Published : Aug 2, 2019, 8:31 AM IST

ଆନନ୍ଦପୁର: ଅଫିସ, ସ୍କୁଲ, କୋର୍ଟ, କଚେରୀ, ସମସ୍ତ ସରକାରୀ କାର୍ଯ୍ୟାଳୟ ସବୁଠି ରବିବାର ଛୁଟି ଆଉ ସୋମବାର ଖୋଲା । ହେଲେ ଏଠି ବଦଳିଯାଇଛି ସରକାରୀ ନିୟମ । କଥାଟା ଆଶ୍ଚର୍ଯ୍ୟ ହେଲେ ବି ସତ । ଏପରି ଗୋଟିଏ କି ଦୁଇଟି ବିଦ୍ୟାଳୟ ନୁହେଁ, କେନ୍ଦୁଝର ଜିଲ୍ଲା ଦେଓଗାଁ ସର୍କଲର 42ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଛୁଟିଦିନ ଥିଲେ ମଧ୍ୟ ସକାଳୁଆ ସ୍କୁଲ ହେଉଛି । ଆସନ୍ତୁ ଜାଣିବା ଏପରି ବିଚିତ୍ର ନିୟମ କଣ ପାଇଁ ? ଏ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

ମାସେ ନୁହେଁ କି ବର୍ଷେ ନୁହେଁ , ଦୀର୍ଘ ଦିନ ହେବ ରବିବାର ଖୋଲା ରହି, ସୋମବାର ବନ୍ଦ ରହେ ବିଦ୍ୟାଳୟ । ସୋମବାର ସାପ୍ତାହିକ ହାଟ, କୁଶଳେଶ୍ବର ମହାଦେବ ମନ୍ଦିର ଭିଡ ପାଇଁ ବଦଳିଯାଇଛି ସରକାରୀ ନିୟମ । ଏହି ଦୁଇଟି ସ୍ଥାନରେ ଅତ୍ୟଧିକ ଭିଡ ଓ କୋଳାହଳ ପାଇଁ ପାଠ ପଢା ବାଧାପ୍ରାପ୍ତ ଓ ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିୟମରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ଶିକ୍ଷକ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରବିବାର ପାଠପଢା ପାଇଁ ରବିବାର ସକାଳୁଆ ସ୍କୁଲ ହେଉଥିବା ବେଳେ ସୋମବାର ଛୁଟି ରହିବା ଦର୍ଶାଯାଇଛି ।

ଦେଓଗାଁର କୁଶେଳଶ୍ବର ମନ୍ଦିର ଜିଲ୍ଲାର ସର୍ବପୂରାତନ ଶୈବପୀଠ । 40ଫୁଟ୍ ଉଚ୍ଚର ଏହି ଭବ୍ୟ ଶିବ ମନ୍ଦିରକୁ ରାଜା ଯଯାତିକେଶରୀ ନିର୍ମାଣ କରାଇଥିଲେ । ମନ୍ଦିରକୁ କୁଶେଇ ନଦୀ ପ୍ରକୋପରୁ ରକ୍ଷା କରିବା ପାଇଁ କାଠଯୋଡୀ ନଦୀବନ୍ଧ ପରି ଏକ ସୁଉଚ୍ଚ ନଦୀବନ୍ଧ ତିଆରି କରିଥିଲେ । ଆଖପାଖ 6ଟି ପଞ୍ଚାୟତ ବାସୀଙ୍କର ପ୍ରଭୁ କୁଶେଳଶ୍ବର ଆରାଧ୍ୟ ଦେବତା । ପ୍ରତ୍ୟେକ ସୋମବାର କୁଶେଳଶ୍ବରଙ୍କ ଦର୍ଶନ ପାଇଁ ଅନେକ ଭକ୍ତଙ୍କ ଏଠାରେ ସମାଗମ ହୋଇଥାଏ । ଏହା ବ୍ୟତିରେକ ଦେଓଗାଁରେ ସୋମବାର ଏକ ସାପ୍ତାହିକ ହାଟ ବସେ । ଏହି ହାଟରୁ ଖଣ୍ଡମଣ୍ଡଳର ଲୋକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣାକିଣିି କରିଥାନ୍ତି । ଏହିକାରଣରୁ ଦେଓଗାଁ ସର୍କଲର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହି ସୋମବାର ବନ୍ଦ ରହିଆସୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୋମବାର ସ୍କୁଲ ବନ୍ଦ , ରବିବାର ପଢା ନେଇ କୌଣସି ସରକାରୀ ନିୟମ ନାହିଁ । ହେଲେ ଏଠାରେ ଦୀର୍ଘ ବର୍ଷ ଧରି ଏଭଳି ବ୍ୟବସ୍ଥା କିଭଳି ଲାଗୁ କରାଯାଇଛି । ଆଜି ଯାଏଁ ଏଭଳି ନିୟମକୁ ନେଇ ନା ଛାତ୍ରଛାତ୍ରୀ ନା ଅଭିଭାବକ ନା ଶିକ୍ଷକ କାହାର କୌଣସି ଅଭିଯୋଗ କି ଆପତ୍ତି ନାହିଁ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.