ETV Bharat / city

ଲକଡାଉନ‌ରେ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ବାଣ୍ଟିଲେ ସେବିକା, ସାଉଁଟିଲେ ପ୍ରଶଂସା - nurse distributes food to Dibyanga during lockdown

ଅନେକ ମେଡିକାଲରେ ସେବିକାଙ୍କ କାର୍ଯ୍ୟକୁ ନେଇ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଥାଆନ୍ତି । ଏମିତିକି ସେବିକାଙ୍କ ସେବାକୁ ନେଇ ଅନେକ ସମାଲୋଚନା ହୋଇଥାଏ । କିନ୍ତୁ ଏପରି ଜଣେ ସେବିକା ଅଛନ୍ତି ଯିଏ କି ନିଜର ଡ୍ୟୁଟି ପରେ ମଧ୍ୟ ସମାଜସେବା କରିବାକୁ ପସନ୍ଦ କରନ୍ତି । ଆଉ ଏହି ଲକଡାଉନ ସମୟରେ ଅନେକ ଦିବ୍ୟାଙ୍ଗ ପାଇଁ ସେ ଦେବଦୂତ ସାଜିଛନ୍ତି । ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟ...

nurse distributes food
ଲକ୍‌ଡାଉନ୍‌ରେ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ବାଣ୍ଟିଲେ ସେବିକା, ସାଉଁଟିଲେ ପ୍ରଶଂସା
author img

By

Published : Jun 4, 2020, 2:07 PM IST

କଟକ: ମାନବ ସେବା ହିଁ ମାଧବ ସେବା । ଏହାକୁ ଜୀବନର ବର୍ତ୍ତି କରି ସମାଜସେବା କରିଚାଲିଛନ୍ତି ସେବିକା ଜରିନ ମୁସ୍ତାକ । ସେଥିପାଇଁ ତ ସେ ଲକ୍‌ଡାଉନ୍‌ର ଏହି ଦୁର୍ଦ୍ଦିନ ସମୟରେ ମେଡିକାଲରେ କାମ ସାରିବା ପରେ ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି । କଟକ ଦରଘା ବଜାର ଅଞ୍ଚଳର ମୁସଲମାନ ଝିଅ ଜରିନ ମୁସ୍ତାକ୍‌ ।

ଲକ୍‌ଡାଉନ୍‌ରେ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ବାଣ୍ଟିଲେ ସେବିକା, ସାଉଁଟିଲେ ପ୍ରଶଂସା

ସେବିକା ଭାବେ ନିଜ ଡ୍ୟୁଟି ସାରିବା ପରେ ନିଜ ଗାଡି ଧରି ଛୁଟିଯାଆନ୍ତି ବସ୍ତି ଅଞ୍ଚଳକୁ । ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉନଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ପୁଡିଆ ବାଣ୍ଟନ୍ତି । ଏହି ସମୟରେ ସେ ପ୍ରାୟ 125 ଜଣ ଦିବ୍ୟାଙ୍ଗଙ୍କୁ ଦୈନିକ ଦୁଇଥର ଖାଦ୍ୟ ଯୋଗାଉଛନ୍ତି । ଆଉ ଏଥିରେ ତାଙ୍କୁ ପୋଲିସ ମଧ୍ୟ ସହାୟତା କରୁଛି ।

କେବଳ ଏହି ଲକ୍‌ଡାଉନ୍‌ ସମୟରେ ନୁହେଁ । ସାହିରେ ଯେକୌଣସି ସମୟରେ ଯଦି କେହି ଅସୁବିଧାରେ ପଡେ ତାଙ୍କୁ ସେ ତତ୍‌କ୍ଷଣାତ୍‌ ସହାୟତାର ହାତ ବଢାଇଥାନ୍ତି । ଡ୍ୟୁଟିରୁ ଫେରିବା ପରେ ସମ୍ପର୍କୀୟ ଭଉଣୀକୁ ନେଇ ସମାଜସେବା ପାଇଁ ବାହାରି ପଡନ୍ତି । ବସ୍ତି ବସ୍ତି ବୁଲି ଅସୁବିଧାରେ ଥିବା ଲୋକଙ୍କୁ ସହାୟତା କରନ୍ତି । ଏପରିକି ଭଙ୍ଗାକୁଡିଆ ଭିତରେ ପଶି ଅସୁସ୍ଥ ଲୋକଙ୍କୁ ନିଜ ହାତରେ ଔଷଧ ଦିଅନ୍ତି ।

ଯାହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା ମଧ୍ୟ କରାଯାଇଛି । ଏହି ଅସମୟରେ ଜରିନଙ୍କ ଉଦ୍ୟମ ସତରେ ସ୍ବାଗତ ଯୋଗ୍ୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.