ETV Bharat / city

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାୟର ହେଲା ରିଟ୍ ପିଟିସନ

ହାଇକୋର୍ଟରେ ପହଞ୍ଚିଲା ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ । ଅଧିକ ପଢନ୍ତୁ...

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାୟର ହେଲା ରିଟ୍ ପିଟିସନ
ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାୟର ହେଲା ରିଟ୍ ପିଟିସନ
author img

By

Published : Sep 14, 2021, 7:24 PM IST

Updated : Sep 14, 2021, 7:33 PM IST

କଟକ: ହାଇକୋର୍ଟ ଗଲା ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ରିଟ୍ ପିଟିସନ ଦାୟର । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ ହୋଇଛି । ପାରମ୍ପରିକ ମୂର୍ତ୍ତି ଉଚ୍ଚତା ଓ ପୂଜା ଅନୁମତି ପାଇଁ ରିଟ୍ ପିଟିସନରେ ପ୍ରାର୍ଥନା କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାୟର ହେଲା ରିଟ୍ ପିଟିସନ

ଉଲ୍ଲେଖଯୋଗ୍ୟ, ପାର୍ବଣରେ କୋରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି । ଯାହାର ସଦ୍ୟ ଦୃଷ୍ଟାନ୍ତ କେରଳର ଓନମ ପର୍ବ । ତେଣୁ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ହେଲେ ଲୋକେ ଆକର୍ଷଣୀୟ ମୂର୍ତ୍ତି ଦେଖିବାକୁ ମଣ୍ଡପରେ ଭିଡ ଜମାଇବେ । ଯାହା ସଂକ୍ରମଣ ବଢାଇବ । ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା 4 ଫୁଟ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ରହିଥିବା କୁହାଯାଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 14, 2021, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.