ETV Bharat / city

ବିଚାରପତି ଆତ୍ମହତ୍ୟା ଘଟଣା, ପତ୍ନୀଙ୍କ ବିରୋଧରେ ଲାଗିପାରେ ୩୦୬ ଧାରା ! - କଟକ ଖବର

ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ପତ୍ନୀ ଅପରାଜିତା ରାୟଙ୍କୁ ପଚରା ଉଚରା ଆରମ୍ଭ କରିଛି ପୋଲିସ । ଏହା ପରେ ଅପରାଜିତାଙ୍କ ଭାଇଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ତାଙ୍କ ମୃତ୍ୟୁରେ ସମ୍ପୃକ୍ତ କୌଣସି ବ୍ୟକ୍ତି ଧରା ପଡ଼ିଲେ ତାଙ୍କ ବିରୋଧରେ ଆଇପିସି ଧାରା ୩୦୬ ଆଧାରରେ ମାମଲା ରୁଜ୍ଜୁ ହୋଇ ପାରିବ ବୋଲି କହିଛନ୍ତି ଆଇନଜୀବି ଅରୁଣ ବୁଦ୍ଧିଆ । ଅଧିକ ପଢ଼ନ୍ତୁ

ବିଚାରପତି ଆତ୍ମହତ୍ୟା ଘଟଣା, ପତ୍ନୀଙ୍କ ବିରୋଧରେ ଲାଗିପାରେ ୩୦୬ ଧାରା !

author img

By

Published : Sep 5, 2022, 10:33 PM IST

କଟକ: ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ବି ଜାରି ରହିଛି ସସ୍‌ପେନ୍ସ । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଜବତ ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେପଟେ ଘଟଣାର ତଦନ୍ତ କରୁଛି ପୋଲିସ । ତେବେ ତାଙ୍କ ମୃତ୍ୟୁରେ ସମ୍ପୃକ୍ତ କୌଣସି ବ୍ୟକ୍ତି ଧରା ପଡ଼ିଲେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବ ବୋଲି କହିଛନ୍ତି ଆଇନଜୀବୀ ଅରୁଣ ବୁଦ୍ଧିଆ ।

ବିଚାରପତି ଆତ୍ମହତ୍ୟା ଘଟଣା, ପତ୍ନୀଙ୍କ ବିରୋଧରେ ଲାଗିପାରେ ୩୦୬ ଧାରା !

ଚଳିତ ମାସ ୨ ତାରିଖରେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟିଥିଲା । ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଜବତ ହୋଇଥିଲା । ଏହାପରେ ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ ସୁବାସଙ୍କ ପରିବାର । ସୁବାସଙ୍କ ସ୍ତ୍ରୀ ଅପରାଜିତା ରାୟ ଓ ତାଙ୍କ ଭାଇଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ପରିବାର । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବର୍ତ୍ତମାନ ମୃତ ବିଚାରପତି ସୁବାସ ବିହାରୀଙ୍କ ପତ୍ନୀ ଅପରାଜିତା ରାୟଙ୍କୁ ପଚରା ଉଚରା ଆରମ୍ଭ କରିଛି ପୋଲିସ । କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ଅପରାଜିତା ରାୟ ରହୁଥିବା ସିଡିଏ ସେକ୍ଟର ୯ ର ସରକାରୀ କ୍ବାଟରକୁ ଯାଇ ତାଙ୍କୁ ପଚରା ଉଚୁରା କରି ଫେରିଛନ୍ତି । ଏହା ପରେ ଅପରାଜିତାଙ୍କ ସହ ତାଙ୍କ ଭାଇଙ୍କୁ ପୁଣି ଥରେ ପଚରା ଉଚୁରା କରାଯିବ ବୋଲି ସୂଚନା ମିଳିଛି । ଏହା ସହିତ ସୁବାସଙ୍କ ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ, ତାଙ୍କ ଡ୍ରାଇଭର ଓ କିଛି ପାଖ ପଡୋଶୀଙ୍କୁ ମଧ୍ୟ ପଚରା ଉଚରା କରିବ ପୋଲିସ ।

ସେହିପରି ଯଦି ସୁବାସ ଆତ୍ମହତ୍ୟା କରିଥାନ୍ତି ତେବେ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ପ୍ରମାଣ ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ପାଖରେ କ୍ଷମତା ରହିଥିବା କହିଛନ୍ତି ଆଇନଜିବୀ ଅରୁଣ ବୁଦ୍ଧିଆ । ସୁବାସ ଜଣେ ସିନିୟର ଜଜ ହୋଇଥିବାରୁ ସେ କାହା ସହିତ ସ୍ବଭାବିକ ମିଳାମିଶା କରୁନଥିଲେ । କିନ୍ତୁ ତାଙ୍କୁ ଅତି ନିକଟରୁ ଜାଣିଥିବା ଲୋକେ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ମାନସିକ ଅବସାଦ ମଧ୍ୟ ଦେଇ ଗତି କରୁଥିବା କହିଛନ୍ତି ।

ଏପରିକି ପାରିବାରିକ ସମସ୍ୟା ହିଁ ସୁବାସଙ୍କ ଅବସାଦ ଗସ୍ତର ଏକ ମାତ୍ର କାରଣ ବୋଲି ମଧ୍ୟ କୁହାଯାଉଛି । ସେପଟେ ଯଦି ସୁବାସ ଆତ୍ମହତ୍ୟା କରିଥାନ୍ତି ଏବଂ ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିଥିବା କଥା ପ୍ରମାଣ ମିଳେ ତେବେ ଆଇପିସି ଧାରା ୩୦୬ ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇ ପାରିବ ବୋଲି କହିଛନ୍ତି ଆଇନଜୀବି ଅରୁଣ ବୁଦ୍ଧିଆ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.